ମେ’୧୯ରେ ରିଲିଜ୍ ହେବ ପ୍ରଥମ ଓଡିଆ ବାୟୋପିକ୍ । ପରଦାକୁ ଆସିବ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ସଂଘର୍ଷମୟ ଜୀବନ ଉପରେ ଆଧାରିତ ଓଡିଆ ଚଳଚ୍ଚିତ୍ର ତୁଳସୀ ଅପା । ଆସନ୍ତାକାଲି ଦିନ ୧୨ଟାରେ ଶ୍ରୀୟା ଟକିଜରେ ରିଲିଜ୍ ହେବ ସିନେମା ତୁଳସୀ ଅପା । କେନ୍ଦୁଝରରେ ବସବାସ କରୁଥିବା ନୀରିହ ଆଦିବାସୀଙ୍କ ସମସ୍ୟାକୁ ନେଇ ନିର୍ମିତ ଓଡିଆ ଚଳଚିତ୍ର ତୁଳସୀ ଅପା । ବିଶେଷ କରି ନିଜ ଜନ୍ମମାଟି ଏବଂ ଆଦିବାସୀଙ୍କ ଜୀବନ ଜୀବିକା ପାଇଁ ଅହରହ ସଂଘର୍ଷ କରିଆସୁଥିବା ତୁଳସୀ ମୁଣ୍ଡାଙ୍କ ନିଛକ କାହାଣୀକୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।
ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ଏହି ଚଳଚ୍ଚିତ୍ରରେ ତୁଳସୀ ମୁଣ୍ଡାଙ୍କ ଭୂମିକାରେ ନବାଗତ ଅଭିନେତ୍ରୀ ବର୍ଷା ନାୟକଙ୍କୁ ଦେଖିବାକୁ ମିଳିଛି । ଏହାସହ ଚଳଚିତ୍ରରେ ପ୍ରୋମାଜଂନ ପରିଡା, ଚୌ÷ଧୁରୀ ବିକାଶ ଦାସ,ମମତା ପଣ୍ଡାଙ୍କ ବଳିଷ୍ଠ ଅଭିନୟ ଏହାକୁ ବେଶ ରୁଦ୍ଧିମନ୍ତ କରିପାରିଛି । ଅମୀୟ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରଟି ରାଜ୍ୟ ତଥା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଏହା ସହିତ ରାଜ୍ୟ ଚଳଚ୍ଚିତ୍ର ଉତ୍ସବରେ ୬ ଟି ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇସାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/Screen-shot-2017-05-18-at-3.06.47-PM.png)