ଫ୍ରାଇଡେ ରିଲିଜରେ ପରଦାକୁ ଆସୁଛି ସଲମାନ୍ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଟ୍ୟୁବଲାଇଟ’ । ୧୯୬୨ ମସିହାରେ ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧ ଉପରେ ତିଆରି ହୋଇଛି ସିନେମା ‘ଟ୍ୟୁବଲାଇଟ’ । କବୀର ଖାନ ନିର୍ଦ୍ଦେଶିତ ଏହି ସିନେମାରେ ଭଲପାଇବା ଏବଂ ବିଶ୍ୱାସକୁ ଖୁବ ସୁନ୍ଦରଭାବେ ଚିତ୍ରଣ କରାଯାଇଛି ।
ଏଥିରେ ସଲମାନଙ୍କୁ ଲକ୍ଷ୍ମଣ ସିଂହ ବିଷ୍ଟ ଓ ସୋହେଲଙ୍କୁ ତାଙ୍କ ଭାଇ ଭରତ ସିଂହ ବିଷ୍ଟ ଭୂମିକାରେ ଦେଖିବାକୁ ମିଳିଛି । ଭାରତ-ଚୀନ ଯୁଦ୍ଧରେ ନିଖୋଜ ହୋଇଯାଇଥିବା ଭରତ ସିଂହଙ୍କୁ ଖୋଜିବା ପାଇଁ ଯାଉ କେଉଁ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ଲକ୍ଷ୍ମଣ ତାହାକୁ ନେଇ କାହାଣୀ ଗତିଶୀଳ ହୋଇଛି । ‘ଟ୍ୟୁବଲାଇଟ’ରେ ସଲମାନ ଓ ସୋହେଲ ଖାନଙ୍କ ସହ ଚୀନ ଅଭିନେତ୍ରୀ ଝୁ ଝୁ, ଓମ ପୁରୀ ଅଭିନୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/tubelight.jpg)