ଆମେରିକା ଭାରତକୁ ଦେଇପାରେ ବଡ ଝଟକା ! ଜିଏସପି ସୁବିଧା ଛିନ୍ନ କରିପାରନ୍ତି ଡ୍ରୋନାଲ୍ଡ ଟ୍ରମ୍ପ

589

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ସହ ଜିଏସପି (Generalized System of Preferences) ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସଂସଦରେ ଏନେଇ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତ ବ୍ୟତୀତ ତୁର୍କୀ ସହ ବାଣିଜ୍ୟିକ ସମ୍ବନ୍ଧ ଶେଷ କରିବା ପାଇଁ ଯାଉଛନ୍ତି ।

ଜିଏସପି କ’ଣ ?
ଜେନେରାଲଇଜ୍ଡ଼ ପ୍ରିଫରେନ୍ସ ଆମେରିକାର ଏକ ଟ୍ରେଡ଼୍ ପ୍ରୋଗ୍ରାମ ଅଟେ । ବିକାଶଶୀଳ ଦେଶଗୁଡିକର ଆର୍ଥିକ ପ୍ରଗତି ପାଇଁ ଅନେକ ସାମଗ୍ରୀକୁ ବିନା ଟକସରେ ଆମଦାନୀ କରିଥାଏ ଆମେରିକା । ଆମେରିକା ଦୁନିଆର ୧୨୯ ଦେଶକୁ ଏହି ସୁବିଧା ପ୍ରଦାନ କରିଥିଲା, ଯଦ୍ୱାରା ୪୮୦୦ ସାମଗ୍ରୀ ଆମଦାନୀ ହେଉଥିଲା । ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ଏହାଦ୍ୱାରା ଭାରତର ପ୍ରାୟ ୨ ହଜାର ଉତ୍ପାଦ ପ୍ରଭାବିତ ହେବ । ଆମେରିକାର ଏହି ଟ୍ରେଡ଼୍ ଆକ୍ଟ ୧୯୭୪ ଅନୁସାରେ ୧ ଜାନୁୟାରୀରେ ୧୯୭୬ରେ ଜିଏସପି ଗଠନ କରିଥିଲା । ରାଷ୍ଟ୍ରପତି ଟ୍ରମ୍ପଙ୍କ ନିଷ୍ପତ୍ତ ପରେ ଦସ୍ତଖର କରିବାର ୬୦ ଦିନ ପରେ ନୋଟିଫିକେସନ ପଠାଇ ଦିଆଯିବ । ଜିଏସପି ଶେଷ କରିବା ପାଇଁ ଏହା ଏକ ବୈଧ ପ୍ରକ୍ରିିୟା । ଭାରତ ଓ ତୁର୍କୀ ପାଖାପାକି ତେବେ କେବଳ ରାଷ୍ଟ୍ରପତି ଚାହିଲେ ହିଁ ଏହି ନିଷ୍ପତ୍ତିକୁ ରଦ୍ଦ କରପାରିବେ । କିନ୍ତୁ ଏଥିପାଇଁ ଭାରତ ଓ ତୁର୍କୀକୁ ଆମେରିକାର ପ୍ରଶାସନ ଚିନ୍ତାକୁ ଦୂର କରିବା ପାଇଁ ପଡ଼ିବ ?

ଟ୍ରମ୍ପ କହିଛନ୍ତି ମୁଁ ଏଭଳି ପଦକ୍ଷେପ ଗ୍ରହଣ କରିବାର କାରଣ ରହିଛି । ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ସରକାରଙ୍କ ମଧ୍ୟରେ ‘ଇଣ୍ଟେନସିଭ୍‌ ଏନଗେଜମେଣ୍ଟ୍‌’ ପରେ ମୁଁ ନିଶ୍ଚିତ ହେଲି ଯେ ଭାରତୀୟ ବଜାର ଲାଗି ସେହି ପରିମାଣ ଓ ସମୁଚ୍ଚିତ ପ୍ରବେଶ ପାଇଁ ଭାରତ ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରତିଶ୍ରୁତି ଦେଇ ନାହିଁ । ଯୁକ୍ତରାଷ୍ଟ୍ର ଆମେରିକାର ନିଅଣ୍ଟିଆ ବାଣିଜ୍ୟ ବ୍ୟବସ୍ଥାକୁ ହ୍ରାସ କରିବାକୁ ନିୟମ କରିଥିବା ଟ୍ରମ୍ପ୍ ଭାରତ ଅଧିକ ଶୁଳ୍କ ବସାଉ ଥିବା କହି ଆସୁଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକା ଟ୍ରେଡ୍ ରିପ୍ରେଜେନ୍ଟେଟିଭ୍ କାର୍ଯ୍ୟାଳୟ ଅନୁସାରେ, ୨୦୧୭ରେ ଭାରତ ସହ ଯୁକ୍ତରାଷ୍ଟ୍ର ଆମେରିକାର ପଣ୍ୟ ଓ ସେବା ବ୍ୟବସାୟରେ ୨୭. ୩ ବିଲିୟନ୍ ଡଲାର୍ ନିଅଣ୍ଟ ହୋଇଥିଲା ।