ଡବ୍ଲୁଏଚଓକୁ ଫଣ୍ଡିଂ ବନ୍ଦ କଲା ଆମେରିକା : ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, କରୋନା ମହାମାରୀ ନେଇ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ତଥ୍ୟ ଲୁଚାଇବା ସହ ଚୀନକୁ ସହାୟତା କରିଥିବା ଆସିଥିଲା ଅଭିଯୋଗ

1,948

କନକ ବ୍ୟୁରୋ : ଆମେରିକାରେ କରୋନା ସ୍ଥିତି ସାଂଘାତିକ ହୋଇଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ପାଣ୍ଠି ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କରୋନା ମୁକାବିଲା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଭୂମିକାରେ ଆମେରିକା ଅସନ୍ତୁଷ୍ଟ ଥିଲା । ଏପରିକି ସଙ୍ଗଠନ ଚୀନକୁ ସହାୟତା କରିଥିବା ଅଭିଯୋଗ ଆଣିଥିଲେ ଟ୍ରମ୍ପ । ଫଣ୍ଡିଂ ବନ୍ଦ କରିବାକୁ ଘୋଷଣା କରି ଆମେରିକା ରାଷ୍ଟ୍ରପତି ସଂଗୀନ ଅଭିଯୋଗ ଆଣିଛନ୍ତି ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସାରା ବିଶ୍ୱରେ ସଂକ୍ରମଣ ବ୍ୟାପିବା ଯାଏଁ କରୋନା ଭୂତାଣୁର ଗମ୍ଭୀରତାକୁ ଲୁଚାଇଥିଲା ଡବ୍ଲୁଏଚଓ । କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ଓ ମୁକାବିଲାରେ ସଠିକ ପଦକ୍ଷେପ ନେଇନଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସମୀକ୍ଷା କରାଯାଉଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । କରୋନାକୁ ନେଇ ଡବ୍ଲୁଏଚଓ ସ୍ୱଚ୍ଛତା ଆପଣେଇ ନାହିଁ ବୋଲି ଟ୍ରମ୍ପ କହିଛନ୍ତି । ଗତବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକା ୪ଶହ ମିଲିୟନ ଅର୍ଥରାଶି ଦେଇଥିଲା ।