କନକ ବ୍ୟୁରୋ : ଆସନ୍ତାକାଲି ପରସ୍ପରକୁ ଭେଟିବେ ବିଶ୍ୱ ରାଜନୀତିର ଦୁଇ ମହାଶତ୍ରୁ । ଆସନ୍ତାକାଲି ହେବ ବହୁ ପ୍ରତିକ୍ଷୀତ ଟ୍ରମ୍ପ-କିମ୍ ସାକ୍ଷାତ । ଏ ନେଇ ସିଙ୍ଗାପୁରରେ ପହଁଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତରକୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ । ଗତକାଲି ପ୍ରଥମେ କିମ୍ ଜଙ୍ଗ୍ ସିଙ୍ଗାପୁରରେ ପହଂଚିଥିବା ବେଳେ ରାତିରେ ପହଂଚିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏୟାର ଚାଇନାର ବୋଇଂ ୭୪୭ ବିମାନରେ ଚୀନ୍ ଦେଇ ସିଙ୍ଗାପୁରରେ ପହଂଚିଥିଲେ କିମ୍ । ଆଉ ଏୟାରଫୋର୍ସ ୱାନ୍ କାନାଡାରେ ସିଧାସଳଖ ସିଙ୍ଗାପୁରରେ ପହଂଚିବା ପରେ ସିଙ୍ଗାପୁରର ସାନଗ୍ରି-ଲା ହୋଟେଲରେ ଟ୍ରମ୍ପ ରାତ୍ରୀଯାପନ କରିଥିଲେ ।
ଆସନ୍ତାକାଲି ସେନଟୋସା ଆଇସଲାଣ୍ଡର କ୍ୟାପେଲା ହୋଟେଲରେ ପରସ୍ପର ସହ ସାକ୍ଷାତ କରିବେ ଉଭୟ ନେତା । ତେବେ ଏହା ପୂର୍ବରୁ ଗତକାଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହସିନ୍ ଲୋଙ୍ଗଙ୍କୁ କିମ୍ ଜଙ୍ଗ୍ ସାକ୍ଷାତ କରିଥିବା ବେଳେ ଆଜି ଟ୍ରଙ୍କ ସହ ଲୋଙ୍ଗଙ୍କ ସାକ୍ଷାତ କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଦୀର୍ଘ ଦିନ ଧରି ପରମାଣୁ ଅସ୍ତ୍ର ପରୀକ୍ଷଣକୁ ନେଇ ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ଉତେଜନା ବୃଦ୍ଧି ପାଇଥିଲା । ତେବେ ଆସନ୍ତାକାଲି ଟ୍ରମ୍ପ୍ ଓ କିମ୍ ପରସ୍ପର ସହ ଭେଟି କୋରୀୟ ଉପଦ୍ୱୀପରେ ଶାନ୍ତି ପାଇଁ ପ୍ରୟାସ କରିବେ । ଶାସନ କ୍ଷମତାରେ ଥିବା କୌଣସି ଆମେରିକା ରାଷ୍ଟ୍ରପତିଙ୍କ ଉତରକୋରିଆ ନେତାଙ୍କ ସହ ଏହା ହେଉଛି ପ୍ରଥମ ସାକ୍ଷାତ । ତେଣୁ ଏହି ବହୁପ୍ରତୀକ୍ଷିତ ସାକ୍ଷାତ ଉପରେ ସାରା ବିଶ୍ୱର ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/Donald-Trump-To-Meet-Kim-Jong-Un-In-Singapore.jpg)
/kanak/media/post_attachments/wp-content/uploads/2018/06/file-photo-a-combination-photo-shows-u-s-president-donald-trump-and-north-korean-leader-kim-jong-un-1.jpg)