ଅନ୍ୟକୁ କଲ୍ କରିବା ବେଳେ କିପରି ଲୁଚାଇବେ ନିଜ ନମ୍ବର ! ଆପଣାନ୍ତୁ ଏହି କୌଶଳ

142

କେବେ କେବେ ଆପଣଙ୍କୁ ଏମିତି ଲୋକକୁ କଲ୍ କରିବାକୁ ପଡେ ଯାହାକୁ ଆପଣ ନିଜ ମୋବାଇଲ ନମ୍ବର ଦେବାକୁ ବିଲକୁଲ ପସନ୍ଦ କରନ୍ତି ନାହିଁ । ଯଦି ଆପଣ ଏପରି ବ୍ୟକ୍ତିକୁ କଲ୍ କରୁଛନ୍ତି ତେବେ ଆପଣଙ୍କ ମୋବାଇଲ ନମ୍ବର ସେହି ବ୍ୟକ୍ତିଙ୍କ ଫୋନରେ ଦେଖାଯିବ ।

ଯାହାଦ୍ୱାରା ସେ ଆପଣଙ୍କ ନମ୍ବରକୁ ସେଭ କରି ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବିଷୟରେ ସୂଚନା ପାଇଯାଏ । କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି କୌଶଳ ଜଣାଇବୁ ଯେଉଁଥିରେ ଆପଣ କଲ କରିଥିବା ବ୍ୟକ୍ତିକୁ ଆପଣଙ୍କ ମୋବାଇଲ ନମ୍ବର ଦେଖାଯିବନି । ଯାହାକୁ ଆପଣ କଲ କରିବେ ସେହି ବ୍ୟକ୍ତିର ମୋବାଇଲରେ କେବଳ ପ୍ରାଇଭେଟ ନମ୍ବର ହିଁ ଦେଖାଦେବ ।

ଏହି କୌଶଳ ଜରିଆରେ ଆପଣ କଲର ଆଇଡି ବ୍ଲକ କରି ନିଜର ମୋବାଇଲ ନମ୍ବରକୁ ପ୍ରାଇଭେଟ ନମ୍ବର କରିପାରିବେ । ଆମେ ଯେଉଁ କୌଶଳ ଆପଣଙ୍କୁ ଜଣାଇବାକୁ ଯାଉଛୁ ତାହା କରିବା ପରେ ଆପଣଙ୍କ ୧୦ ନମ୍ବର ବିଶିଷ୍ଟ ମୋବାଇଲ ନମ୍ବର ବଦଳରେ ଆପଣ ଯାହାକୁ କଲ କରିବେ ସେହି ବ୍ୟକ୍ତି ଫୋନରେ ପ୍ରାଇଭେଟ ନମ୍ବର କଲିଂ ବୋଲି ଦେଖାଯିବ ।

ସର୍ବପ୍ରଥମେ ଆପଣ ଆପଣଙ୍କ ମୋବାଇଲ ଫୋନର ସେଟିଂକୁ ଯାଆନ୍ତୁ,ତା’ପରେ କଲ ଆଡିସନାଲ ସେଟିଂ-କଲର ଆଇଡି-ହାଇଡ ନମ୍ବର ଅପ୍ସନ ଉପରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କ ମୋବାଇଲ ନମ୍ବର ପ୍ରାଇଭେଟ ନମ୍ବର ରୂପରେ ଦେଖାଯିବ ।

୪.୧ ଏଣ୍ଡ୍ରୟଡ ଓ ଓସ ୟୁଜରଙ୍କ ପାଇñ-

ଆପଣ ଫୋନ ଆପକୁ ଖୋଲନ୍ତୁ । ଏବଂ ଉପରେ ଥିବା ତିନି (…) ଅପ୍ସନରେ କ୍ଲିକ କରନ୍ତୁ ।ଏପରି କରିବା ପରେ କଲ-ମୋର ସେଟିଂ-ସୋ ମାଇ କଲର ଆଇଡି ରେ କ୍ଲିକ କରନ୍ତୁ । ଏହା ପରେ ନିଜର ଅପ୍ସନ ବାଛନ୍ତୁ ।

ଆଇଫୋନ ୟୁଜର୍ସଙ୍କ ପାଇଁ-
ଆଇଫୋନ ର ସେଟିଂ ଅପ୍ସନରେ କ୍ଲିକ କରନ୍ତୁ ତା’ପରେ ସେଠାରେ ଆପଣ ସୋ ମାଇ କଲ ଆଇଡି ଅପ୍ସନ ବାଛନ୍ତୁ । ଏପରି କରିବା ପରେ ଆପଣଙ୍କ ମୋବାଇଲ ନମ୍ବର ହାଇଡ ହୋଇଯିବ ।

ୱିଣ୍ଡୋଜ ଫୋନ ପାଇଁ-
ୱିଣ୍ଡୋଜ ଫୋନ ପାଇଁ ଆପଣ ସ୍ମାଟ ଫୋନ ସେଟିଂ ଖୋଳନ୍ତୁ ଏବଂ ତା’ପରେ ତନି (…) ଅପ୍ସନକୁ ବାଛନ୍ତୁ । ଏପରି କରିବା ପରେ ସେଟିଂ-ସୋ ମାଇ କଲ ଆଇଡି କୁ ଯାଇ ନିଜ ଅନୁସାରେ ଅପ୍ସନ ବାଛନ୍ତୁ ।