ରକ୍ତହୀନତାରୁ ରକ୍ଷା ପାଇବାର ଉପାୟ . . . . . . 

192

ପୋଷଣ ହେତୁ ବା ଖାଦ୍ୟସାର ଅଭାବରୁ ହେଉଥିବା ରକ୍ତହୀନତା ଏକ ସାଧାରଣକଥା ।  ରକ୍ତହୀନତା ବିଶ୍ଵର ଏକ ବୃହତ ଜନସ୍ୱାସ୍ଥ୍ୟ ସମସ୍ୟା । ରକ୍ତହୀନତା ଯୋଗୁଁ ଶାରୀରିକ ଏବଂ ମାନସିକ ଦକ୍ଷତା ହ୍ରାସ ପାଇଥାଏ । ଲୋହିତ ରକ୍ତକଣିକାରେ ଥିବା ଲାଲ ଅଂଶକୁ ହିମୋଗ୍ଲୋବିନ କୁହାଯାଏ, ଯାହାକି ମୁଖ୍ୟତଃ ଲୌହସାର ଏବଂ ପ୍ରୋଟିନ୍ ( ପୁଷ୍ଟିସାର) ରେ ତିଆରି ହୋଇଥାଏ । ଏହା ଶରୀରର ବିଭିନ୍ନ ଅଂଶକୁ ଅମ୍ଳଯାନ ଯୋଗାଇଥାଏ, ଫଳରେ ଶରୀର ଫୁର୍ତ୍ତୀ ଓ ସତେଜ ରହେ । ଲୌହସାର ଅଭାବରେ ହିମୋଗ୍ଲୋବିନର ପରିମାଣ କମିଯାଏ । ଏଣୁ ରକ୍ତର ଅମ୍ଳଯାନ ଧାରଣ କ୍ଷମତା କମିଯାଏ । ଶରୀରରେ ହିମୋଗ୍ଲୋବିନ ପ୍ରସ୍ତୁତିରେ ବାଧା ଉପଜିଲେ ମନୁଷ୍ୟ ରକ୍ତହୀନତାର ଶିକାର ହୋଇଥାଏ । ତେବେ ରକ୍ତହୀନତାରୁ ରକ୍ଷା ପାଇବାର ଉପାୟ ବିଷୟରେ ଆସନ୍ତୁ ଜାଣିବା . . . .

• ଗର୍ଭବତୀ ମହିଳା, ପ୍ରସୂତୀ ମହିଳା ଏବଂ ପିଲାମାନଙ୍କୁ ଆଇରନ୍ ଫୋଲିକ୍ ଏସିଡ୍ ବଟିକା ଖାଇବା ପାଇଁ ପ୍ରୋତ୍ସାହିତ କରିବା ।

•  ଅଧିକ ପରିମାଣର ଲୌହସାର ବିଶିଷ୍ଟ ଖାଦ୍ୟ ଖାଇବା ।

•  ଭିଟାମିନ୍ ‘ବି’ ଏବଂ ଭିଟାମିନ୍ ‘ସି’ ଥିବା ଖାଦ୍ୟ ଖାଇବା  ।

• ଆମେ ଖାଉଥିବା ସାଧାରଣ ଖାଦ୍ୟ ଉପାଦାନରେ ଯଥା : ଲୁଣରେ ବିଜ୍ଞାନସମ୍ମତ ଭାବେ ଲୌହଅଂଶ ମିଶାଇ ତାହାକୁ ଖାଦ୍ୟରେ ବ୍ୟବହାର କରିବା ।

 • ସୁଷମ ଖାଦ୍ୟ ସେବନ ( ପୁଷ୍ଟିସାର, ସ୍ନେହସାର, ଜିବସାର) ଡାଲି, ସବୁଜ ପନିପରିବା ଫଳ, କ୍ଷୀର, ମାଛ, ମାଂସ, ଅଣ୍ଡା ଇତ୍ୟାଦି ।

• ବିଭିନ୍ନ ପ୍ରକାର  କୃମିର ସଂକ୍ରମଣ ଋଅକିବା ଲାଗି ପରିଚ୍ଛନ୍ନତା ଓ ସୁଅଭ୍ୟାସ ହାତଧୋଇବା । ଚପଲ ପିନ୍ଧି ପାଇଖାନା ଯିବା ।

• ଆଇରନ୍ ଓ କୃମିନାଶକ ବଟିକା ସେବନ କରିବା । ଆଇରନ୍ ଓ କ୍ରୁମିନାଶକ ବଟିକା ସେବନ କରିବା ।