କନକ ବ୍ୟୁରୋ : ଖୋର୍ଦ୍ଧାରୁ ଆସିଲା ପୁଣି ଏକ ଅନ୍ଧାରୀ ଚିକିତ୍ସାର ଚିତ୍ର । ମୋବାଇଲ ଟର୍ଚ୍ଚ ଲାଇଟରେ ପଡୁଛି ଷ୍ଟିଚ୍ ।  ଋଣପୁର ବ୍ଲକ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଛି ଏଭଳି ଚିତ୍ର । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବିନୋଦପଡା ଛକରେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ  ଚମ୍ପାଇଲୋ ଗାଁର ଜଣେ ଯୁବକ ଗୁରୁତର ହୋଇଥିଲେ । ତେବେ ତାଙ୍କ ଚିକିତ୍ସା ପାଇଁ ତାଙ୍କୁ ରାଜ ସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

Advertisment

ମାତ୍ର ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଡ୍ରେସିଂ ରୁମକୁ ନିଆଯାଇଥିଲା । ତେବେ ଜରୁରୀକାଳୀନ ସେବା ଗୃହର ସବୁ ଲାଇଟ ଫିଉଜ ହୋଇଯିବାରୁ ମୋବାଇଲ ଟର୍ଚ୍ଚ ଲାଇଟରେ ଷ୍ଟିଜ ପକାଇଥିଲେ ମେଡିକାଲ ଆଟେଡାଂଟ । କିଛି ଦିନ ତଳେ ୫ କୋଟି ଟଙ୍କାରେ ନିର୍ମିତ ଏହି ସ୍ୱାସ୍ଥ୍ୟକେନ୍ଦ୍ରର ୩ ମହଲା ବିଲ୍ଡିଂର ଗୁରୁତ୍ୱପୂର୍ଣ୍ଣ ସେବା ଯୋଗାଉଥିବା ଡ୍ରେସିଂ ରୁମରେ ଲାଇଟ ନଥିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେବା ସହ ମେଡିକାଲ କର୍ତୃପକ୍ଷଙ୍କ ଅବହେଳାକୁ ପଦାରେ ପକାଇଛି ।