ଆସିଲା ୪ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରି : ୧୧୯, ୧୨୦ ,୧୨୧,୧୨୨ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଲେ ସରକାର

872

କନକ ବ୍ୟୁରୋ : ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ୧୧୯ ନମ୍ବର ଆକ୍ରାନ୍ତ ଝାରସୁଗୁଡା ବ୍ରଜରାଜନଗର ୧୮ ବର୍ଷୀୟା ଯୁବତୀ ଏପ୍ରିଲ ୨୨ରୁ ପଶ୍ଚିମବଙ୍ଗ ବଡବଜାରରୁ ଗାଡି କରି ଫେରିଥିଲେ । ୨୩ରୁ ୨୯ ଯାଏ ବୁଢିଜାମରେ ଥିବା ସଂଗରୋଧ କେନ୍ଦ୍ରରେ ରହିଲେ । ନମୂନା ପରୀକ୍ଷା ପରେ ୨୯ରେ ପଜିଟିଭ ଆସିଥିଲା । ଆଉ ତା’ପରେ ୨୯ରେ ତାଙ୍କୁ ରାଉରକେଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୧୨୦ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ମଧୁସୂଦନ ନଗରର ୭୭ ବର୍ଷୀୟ ବୃଦ୍ଧ । ମାର୍ଚ୍ଚ ୨୨ରେ ତାଲାବନ୍ଦ ପରେ ନିଜ ଘରେ ପରିବାର ସହ ରହିଥିଲେ । ୭ ଏପ୍ରିଲରେ ପରିବାରର ଜଣେ ସଦସ୍ୟ ପଜିଟିଭି ଚିହ୍ନଟ ହୋଇଥିଲେ । ୯ ଏପ୍ରିଲରେ କଂଟାକ୍ଟ ଟ୍ରେସିଂ,ନମୂନା ପରୀକ୍ଷା ପରେ ନେଗେଟିଭ ଆସିଥିଲା । ୨୮ ଏପ୍ରିଲରେ ପୁଣି ଥରେ ପରୀକ୍ଷା ପରେ ପଜିଟିଭ ଆସିଥିଲା । ତାପରେ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

୧୨୧ ନମ୍ବର ଆକ୍ରାନ୍ତ ହେଉଛନ୍ତି ଆନନ୍ଦପୁର ପଂଚୁପଲ୍ଲୀ ଅଂଚଳର ୬୦ ବର୍ଷର ବୃଦ୍ଧ । କୋଲକତାରୁ ବଡବଜାରରୁ ସେ ଗାଡି କରି ୮ ଜଣଙ୍କ ସହ ଆସିଥିଲେ । ୧୨୨ ନମ୍ବର ଆକ୍ରାନ୍ତ ଦେବଗଡ ବାସୁଦେବପୁରର ୩୪ ବର୍ଷୀୟ ଯୁବକ । ସେ ଏପ୍ରିଲ ୨୫ରେ କୋଲକତାରୁ ରେଢାଖୋଲ ଆସିଥିଲେ । ଟ୍ରକରେ କୋଲକାତାରୁ ଫେରିବା ପରେ ରେଢାଖୋଲରୁ ଘରକୁ ଚାଲି ଚାଲି ଆସି ୨୬ ଏପ୍ରିଲରୁ ୨୯ ଏପ୍ରିଲ ଘରେ ରହିଥିଲେ । ୨୯ ଏପ୍ରିଲରେ ନମୂନା ପରୀକ୍ଷା ପରେ ପଜିଟିଭ ଆସିଥିଲା । ତାଙ୍କୁ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।