ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ମଧୁବାବୁ ପେନସନ ଯୋଜନାରେ କିନ୍ନରଙ୍କୁ ମିଳିବ ଭତ୍ତା,ସୂଚନା ଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ 

375

କନକ ବ୍ୟୁରୋ : ରାଜ୍ୟରେ କିନ୍ନରଙ୍କ ପାଇଁ ଖୁସି ଖବର । କିନ୍ନରଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ ।  ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କିନ୍ନରଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କଲେ । ସେମାନେ ଏବେଠାରୁ ମଧୁବାବୁ ପେନସନ ୱେବସାଇଟରେ ଆବେଦନ କରିପାରିବେ  ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ।

ସେହିପରି ମଧୁବାବୁ ପେନସନ ଯୋଜନାରେ ସହାୟତା ପାଉଥିବା ହିତାଧିକାରୀଙ୍କୁ ମିଳିବ ଆଉ ହଜାରେ ଟଙ୍କା । ଏହି ଟଙ୍କା ଆସନ୍ତା ୪ ମାସ ପାଇଁ ସହାୟତା ଭାବେ ମିଳିବ । ଏଥିରୁ ୪୮ ଲକ୍ଷ ହିିତାଧିକାରୀ ଉପକୃତ ହେବେ । ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ସୂଚନା ଦେଇଛନ୍ତି । କରୋନା ପରିସ୍ଥିତିକୁ ନଜରରେ ରଖି ପୂର୍ବରୁ ହିତାଧିକାରୀମାନଙ୍କୁ ୪ ମାସ ପାଇଁ ହଜାରେ ଟଙ୍କା ଲେଖାଏଁ ମିଳିଥିଲା ।