ଆଇନକୁ ଫୁ ! ନିୟମ କୋହଳ ହେବା ପରେ ଚାଲିଛି ଖୁଲମଖୁଲ୍ଲା ନିୟମ ଉଲ୍ଲଂଘନ, ରାଜଧାନୀରେ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି ଚାଳକ

Advertisment
ଆଇନକୁ ଫୁ ! ନିୟମ କୋହଳ ହେବା ପରେ ଚାଲିଛି ଖୁଲମଖୁଲ୍ଲା ନିୟମ ଉଲ୍ଲଂଘନ, ରାଜଧାନୀରେ ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି ଚାଳକ

କନକ ବ୍ୟୁରୋ :  ନୂଆ ଟ୍ରାଫିକ ନିୟମ ଆସିଲା । ରାଜ୍ୟରେ ବେଶ୍ କିଛି ଦିନ ନିୟମ କଡ଼ାକଡ଼ି ହେଲା । ଲୋକେ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ତଣ୍ଡ ବି ଗଣିଲେ । ହେଲେ କେତେଦିନ? ପୁଣି ଯାହା କୁ ସେୟା ! ଲୋକଙ୍କ ସୁବିଧା ଦୃଷ୍ଟିରୁ ତିନି ମାସ ନିୟମ କୋହଳ କଲେ ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ସ୍ଥାନରୁ ବିରୋଧର ସ୍ୱର ଉଠିବା ପରେ ସରକାର ଏହି ନିଷ୍ପତ୍ତି ନେଇଥିଲେ । ଆଉ ଏହାର ଫାଇଦା ଉଠାଉଛନ୍ତି ରାଜଧାନୀ ଭୁବନେଶ୍ୱରର ଲୋକେ । ରାଜରାସ୍ତାରେ ମନମାନି କରୁଛନ୍ତି ଗାଡ଼ି ଚାଳକ । ବିନା ହେଲେମେଟରେ ଗଡ଼ୁଛି ଗାଡ଼ି । ରାଜଧାନୀ ଭୁବନେଶ୍ୱରରେ ବିନା ହେଲମେଟରେ ମାଳମାଳ ଗାଡ଼ି ଚାଲୁଛି । 

ସକାଳୁଆ ସମୟରେ ଟ୍ରାଫିକ୍ ନଥିବା ଦେଖି ବିନା ହେଲମେଟରେ ଯାଉଛନ୍ତି ବାଇକ ଚାଳକ । ଏତେ ସବୁ ପରେ ବି ଲୋକଙ୍କ ଚେତା ପଶିନି । ଲୋକଙ୍କ ବୁଝେଇବ କିଏ ? ଲୋକ ବୁଝିପାରିନାହାନ୍ତି ଯେ ନିୟମ ଟ୍ରାଫିକ୍ ପୁଲିସ୍ ଭୟରେ ନୁହେଁ କିମ୍ବା ଜୋରିମାନା ଆଦାୟ ନୁହେଁ ।  ବରଂ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି  ନିୟମ ପାଳନ କରିବା ଉଚିତ । କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ନିୟମ ଲାଗୁ ହେବା ପରେ ଲୋକମାନଙ୍କୁ ସଚେତନ ହେବାକୁ ନିବେଦନ କରିଥିଲେ । ହେଲେ ନିୟମ କୋହଳ ହେବା ପରେ ସୁରକ୍ଷା କଥା ଚିନ୍ତା ନକରି ଏ କାନରେ ପଶେଇ ସେ କାନରେ ବାହାର କରିଦେଉଛନ୍ତି ଲୋକେ । ପରାମର୍ଶକୁ ଧ୍ୟାନ ନଦେଇ ରାଜଧାନୀ ରାସ୍ତାରେ ମନଇଚ୍ଛା ଗାଡ଼ି ଗଡ଼ାଇ ଚାଲିଛନ୍ତି ।

ନିୟମ ଲାଗୁ ହେବା ପରେ ଟ୍ରାଫିକ୍ ପୁଲିସ୍ ଚାଳକମାନଙ୍କ ପ୍ରତି କଠୋରତା ଆଚରଣ ପ୍ରଦର୍ଶନ କରିବା ପରେ ବିଭିନ୍ନ ମହଲରୁ ଅଭିଯୋଗ ହେବା ସହ ଅନେକ ସ୍ଥାନରେ ହିଂସା ଉପୁଜିଥିଲା। ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିୟମ କୋହଳ କଲେ । ମାତ୍ର ବିଡ଼ମ୍ବନାର ବିଷୟ, କୋହଳ ବ୍ୟବସ୍ଥାର ମନ୍ଦ ଫାଇଦା ଉଠାଉଛନ୍ତି ଲୋକେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe