ଦ୍ୱିତୀୟ ଦିନରେ ଟ୍ରାଫିକ ଚେକିଂ ଜୋରଦାର : ଫୋକସରେ ରହିପାରେ ମୋବାଇଲରେ ଗପିବା ଓ ଟ୍ରିପଲ ରାଇଡିଂ,ଗତକାଲି ଗୋଟିଏ ଦିନରେ କଟିଥିଲା ୧୬ ଶହ ୫୦ ନିୟମ ଖିଲାପକାରୀଙ୍କ ଚାଲାଣ 

221

କନକ ବ୍ୟୁରୋ : ଗତକାଲିଠୁ ଟ୍ରାଫିକ୍ ଆଇନକୁ କଡାକଡି କରାଯାଇଥିଲେ ମଧ୍ୟ ଆଜିଠୁ ଆରମ୍ଭ ହେବ ଅସଲ ଯାଞ୍ଚ । ଆଜି ସୋମବାର ଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ସହ ବିଭିନ୍ନ ସଂସ୍ଥାର କାର୍ଯ୍ୟାଳୟ ଖୋଲିବ । ଫଳରେ ରାସ୍ତାରେ ଗାଡି ଚଳାଚଳ ବଢ଼ିବ । ତେଣୁ ଆଜିଠାରୁ ରାଜଧାନୀ ଭୁବନେଶ୍ୱରର ସମେତ ରାଜ୍ୟର ଅନ୍ୟାନ୍ୟ ସହରରେ  ଟ୍ରାଫିକ୍ ଚେକିଂକୁ କଡାକଡି କରାଯିବ । ଜାତୀୟ ରାଜପଥ ଓ ଅନ୍ୟ ରାଜପଥ ସହ ସହରର ଗଳିକନ୍ଦିରେ ହେବ ଚେକିଂ ।

ପ୍ରଥମ ଦିନରେ ରଙ୍ଗରୁଟରେ ଗାଡି ଚଳାଇବା ଓ ହେଲମେଟ ପିନ୍ଧିବା ଉପରେ ଫୋକସ କରିଥିବା ଟ୍ରାଫିକ ପୋଲିସ ଆଜି ଦ୍ୱିତୀୟ ଦିନରେ ଟ୍ରିପିଲ ରାଇଡିଂ ଓ ମୋବାଇଲରେ ଗପିବା ଉପରେ ଫୋକସ କରିବ ବୋଲି ଜଣାପଡିଛି ।  ପ୍ରଥମ ଦିନରେ ରାଜ୍ୟ ବିଭିନ୍ନ ସ୍ଥାନରେ ରାତି ୯ଟା ସୁଦ୍ଧା ୧୬୫୦ ଜଣ ନିୟମ ଖିଲାପକାରୀଙ୍କ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ ।

କଟକରେ ସର୍ବାଧିକ ୨୩୫ ଜଣ ଚାଲାଣ କାଟିଛି ଟ୍ରାଫିକ୍ ପୁଲିସ୍ । ସେହିପରି ବାଲେଶ୍ୱର ଜିଲ୍ଲାରେ ୧୫୫, ସମ୍ବଲପୁର ଜିଲ୍ଲାରେ ୧୧୯, ବରଗଡ଼ ଜିଲ୍ଲାରେ ୧୦୪, ଗଂଜାମ ଜିଲ୍ଲାରେ ୯୨ ଏବଂ କୋରାପୁଟ୍ ଜିଲ୍ଲାରେ ୮୪ ଜଣଙ୍କ ଚାଲାଣ କଟିଛି ।