କନକ ବ୍ୟୁରୋ : ଟ୍ରାଫିକରେ ବଡ଼ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ସଡ଼କ ସୁରକ୍ଷାକୁ ପ୍ରାଥମିକତା ଦେବା ଲାଗି ରାଜ୍ୟରେ ୫୦୦ ଟ୍ରାଫିକ ପଦବି ସୃଷ୍ଟି କରିବା ପାଇଁ ଗୃହ ବିଭାଗ ଚିଠି ଲେଖିଛି । ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଡକ୍ଟର ସନ୍ତୋଷ ବାଲା ଏ ନେଇ ରାଜ୍ୟ ମହାଲେଖାକାରଙ୍କୁ ଚିଠି ଲେଖିଛନ୍ତି । ଭୁବନେଶ୍ବର-କଟକ ଟୁଇନ୍ ସିଟି ସହ ସବୁ ପୁଲିସ ଜିଲ୍ଲାରେ ପଦବି ସୃଷ୍ଟି ଲାଗି ଚିଠିରେ ଉଲ୍ଲେଖ କରାଯାଇଛି ।
ରାଜ୍ୟପାଳଙ୍କ ଅନୁମୋଦନ ମିଳିବା ପରେ ଗୃହ ବିଭାଗ ପକ୍ଷରୁ ଚିଠି ଲେଖା ଯାଇଛି। ଡିଏସ୍ପି ପାହ୍ୟାର ଜଣେ, ଏସ୍ଆଇ ପାହ୍ୟାର ୧୧୮, ୭୨ ହାବିଲଦାର ଓ ୩୦୯ କନଷ୍ଟେବଳ ପଦବି ସୃଷ୍ଟି ଲାଗି ଚିଠିରେ ଉଲ୍ଲେଖ ରହିଛି। ସାଧାରଣ ପ୍ରଶାସନର ବିଜ୍ଞପ୍ତି ଅନୁସାରେ ଗ୍ରୁପ୍-ବି, ଗ୍ରୁପ-ସି ପଦବିରେ ପ୍ରାଥମିକ ଭାବେ ଚୁକ୍ତିଭିତ୍ତିକ ନିଯୁକ୍ତି କରାଯିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/Traffic_fine.jpg)