ନାକେଦମ କରୁଛି ପୁରୀ-ସାତପଡ଼ା ରାସ୍ତା : ସଞ୍ଜ ନଇଁଲେ ଗାଈଗୁହାଳ ପାଲଟୁଛି ରାସ୍ତା

ନାକେଦମ କରୁଛି ପୁରୀ-ସାତପଡ଼ା ରାସ୍ତା : ସଞ୍ଜ ନଇଁଲେ ଗାଈଗୁହାଳ ପାଲଟୁଛି ରାସ୍ତା

http://sambad.in/

କନକ ବ୍ୟୁରୋ : ପୁରୀ ବୁଲିବାକୁ ଆସୁଥିବା ଅଧିକାଂଶ ପର୍ଯ୍ୟଟକ ଚିଲିକାର ସାତପଡ଼ା ବୁଲିବାକୁ ଯାଉଛନ୍ତି। ସାତପଡ଼ାରେ ଡଲଫିନ୍‌ ଦେଖିବା ପାଇଁ ପ୍ରତିଦିନ ପୁରୀ-ସାତପଡ଼ା ରାସ୍ତାରେ ହଜାର ହଜାର କାର୍‌, ବସ୍‌ ଯା’ଆସ କରୁଛି । ଆଗକୁ ନୂଆ ବର୍ଷ ଥିବାରୁ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଛି । ରାସ୍ତାରେ ପଛକୁ ପଛ ଗାଡ଼ି ଯା’ଆସ କରୁଛନ୍ତି । ସାତପଡ଼ା-ପୁରୀ ରାସ୍ତାରେ ଏବେ ଅସମ୍ଭାଳ ଟ୍ରାଫିକ୍‌ ଜାମ୍‌ ହେଉଛି । ଗୋଟିଏ ଗାଡ଼ି ଗଲେ, ଆଉ ଗୋଟେ ଗାଡ଼ି ଯାଇ ପାରୁନାହିଁ। ରାସ୍ତା ଉପରେ ବାଲି, ଗୋଡ଼ି, ପଥର ଓ କାଠ ଗଦାଇ ରଖାଯାଇଛି। ପ୍ରଶସ୍ତ ରାସ୍ତା ଏବେ ସଙ୍କୁଚିତ ହେବାରେ ଲାଗିଛି ।

ପ୍ରତିଦିନ ପର୍ଯ୍ୟଟକଙ୍କୁ ଟ୍ରାଫିକ୍‌ ଯନ୍ତ୍ରଣା ‌ଭୋଗିବାକୁ ପଡ଼ୁଛି। ମୁଖ୍ୟରାସ୍ତାର କେଉଟକୁଦ ଠାରୁ ସାତପଡ଼ା ପର୍ଯ୍ୟନ୍ତ ରାସ୍ତାରେ ଅଧିକ ଟ୍ରାଫିକ୍‌ ସମସ୍ୟା ଉପୁଜିଛି। କିଛି ‌ଲୋକ ରାସ୍ତା ଉପରେ କାଠ ପକାଇ ରଖି ରାସ୍ତାକୁ ଅବରୋଧ କରୁଛନ୍ତି। ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ପୁରୀ-ସାତପଡ଼ା ମଧ୍ୟରେ ଦୂରତା ୫୦ କିମି। ଘଣ୍ଟାକର ରାସ୍ତା ‌ଏବେ ତିନି ଘଣ୍ଟା ଲାଗୁଛି। ସାତପଡ଼ା ଯାଉଥିବା ପର୍ଯ୍ୟଟକ ଫେରିବା ବେଳେ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି।

ସଞ୍ଜ ନଇଁଲେ ପୁରୀ-ସାତପଡ଼ା ରାସ୍ତା ଗାଈ ଗୁହାଳ ପାଲଟୁଛି। ପର୍ଯ୍ୟଟକମାନେ ଫେରିବା ବେଳେ ରାସ୍ତାରେ ଶୋଇଥିବା ଗାଈଗୋରୁଙ୍କୁ ଉଠାଇ ‌ଫେରିବାକୁ ପଡ଼ୁଛି। ହାତ‌ରେ ବାଡ଼ି ଓ ବୋତଲରୁ ପାଣି ଛାଟି ଗାଈଗୋରୁଙ୍କୁ ଉଠାଇବାକୁ ପଡ଼ୁଛି। ସନ୍ଧ୍ୟା ‌ହେଲେ ପଣସପଦା, ଗୋଲା, ଯଦୁପୁର, କେଉଟକୁଦି, ସୁନାମୁହିଁ ଛକରେ ମାଲିକମାନେ ରାସ୍ତା ଉପରେ ଗ‌ାଈଗୋରୁ ଛାଡ଼ି ଦେଉଛନ୍ତି। ପ୍ରତିଦିନ ଏହି କାରଣରୁ ଦୁର୍ଘଟଣାମାନ ଘଟୁଛି। ଏ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ପର୍ଯ୍ୟଟନ ପୁଲିସ ପାଟ୍ରୋଲିଂ କରୁନାହାନ୍ତି। ଫଳରେ ପର୍ଯ୍ୟଟକଙ୍କୁ ନିରାଶ ହେବାକୁ ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe