ଫାଇନ ଦେବାକୁ ନେଇ ଗଣ୍ଡଗୋଳ : ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରେ ଟ୍ରାଫିକ ଫୁଲିସ ଓ ଜନତା ମୁହାଁମୁହିଁ, ଗୋଟିଏ ବାଇକରେ ୩ ଜଣ ଯାଉଥିବାବେଳେ ଧରିଥିଲା ଟ୍ରାଫିକ ପୁଲିସ

558

କନକ ବ୍ୟୁରୋ : ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରେ ଟ୍ରାଫିକ ଫୁଲିସ ଓ ଜନତା ମୁହାଁମୁହିଁ । ଟ୍ରାଫିକ ଯାଂଚ ବେଳେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଲକ୍ଷ୍ମୀ ଟକିଜ ଛକରେ ଗୋଟିଏ ବାଇକରେ ୩ ଜଣ ବସିକି ଯାଉଥିବା ବେଳେ ଟ୍ରାଫିକ ପୁଲିସ ହାବୁଡରେ ପଡିଥିଲେ । ସଂପୃକ୍ତ ଯୁବକ ଫାଇନ ଦେବାକୁ ଅରାଜି ହେବାରୁ ଏହାକୁ ନେଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏହା ପରେ କିଛି ଲୋକେ ମଧ୍ୟ ଏହାକୁ ବିରୋଧ କରି ଟ୍ରାଫିକ ପୁଲିସ ସହ ଯୁକ୍ତିତର୍କ କରିଥିଲେ । ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଅଣାୟତ ହେବାରୁ ଟାଉନ ଥାନା ପୁଲିସ ଯୁବକଙ୍କୁ କାବୁ କରି ଥାନାକୁ ନେଇଛି । ଉତ୍ତେଜନା ଯୋଗୁଁ କିଛି ସମୟ ପାଇଁ ସେହି ରାସ୍ତାରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।

ତୃତୀୟ ଦିନରେ ଟ୍ରାଫିକ ପୁଲିସର ଧରପଗଡ ଜାରି ରହିଛି । ସମ୍ବଲପୁରରେ ହିଁ ଗୋଟିଏ ଅଟୋକୁ ୩୦ ହଜାର ୫ଶହ ଟଙ୍କାର ଫାଇନ ହୋଇଛି । ଯାତ୍ରୀବାହୀ ଅଟୋରେ ମାଲ ପରିବହନ କରୁଥିବାରୁ ମୋଟା ଅଙ୍କର ଜରିମାନା କଷିଛି ଟ୍ରାଫିକ ପୁଲିସ । ବିନା ରେଜି ଷ୍ଟ୍ରେସନ ପାଇଁ ୫ ହଜାର ଟଙ୍କାର ଫାଇନ, ସାଧାରଣ ନିୟମ ଉଲ୍ଲଂଘନ ପାଇଁ ୫ଶହ ଟଙ୍କା । ସେହିପରି ବୈଧ ଡିଏଲ ନଥିବାରୁ ୫ ହଜାର, ଓଭର ଲୋଡିଂ ପାଇଁ ୨୦ ହଜାର ଟଙ୍କାର ଚାଲାଣ ପୁଲିସ କାଟିଥିବା ସୂଚନା ମିଳିଛି । ସେହିପରି ସମ୍ବଲପୁରରେ ଡିଜେ ଗାଡିକୁ ୨୦ ହଜାର ୫୦୦ ଟଙ୍କାର ଚାଲାଣ କଟାଯାଇଛି ।