କଟକରେ ନୂଆ ଟ୍ରାଫିକ ନିୟମ ନେଇ ସଚେତନତା : ଗୋଲାପ ଓ ଚକୋଲେଟ୍ ଦେଇ ଲୋକଙ୍କୁ ନିୟମ ମାନିବାକୁ ବୁଝାଉଛନ୍ତି ପୋଲିସ୍ ଅଧିକାରୀ 

608
କନକ ବ୍ୟୁରୋ : ଟ୍ରାଫିକ୍ ନିୟମ ବୁଝାଇବାର ନୂଆ ଫର୍ମୁଲା । ଚକୋଲେଟ ଓ ଗୋଲାଫ ଫୁଲ ନିଅ, କିନ୍ତୁ ଟ୍ରାଫିକ୍ ନିୟମ ମାନ । ଭୁବନେଶ୍ୱର ପରେ କଟକରେ ଲୋକଙ୍କୁ ଟ୍ରାଫିକ ନିୟମ ନେଇ ଏପରି ସଚେତନ କରାଯାଉଛି । ଟ୍ରାଫିକ ଡିସିପି ସାଗରିକା ନାଥ ନିଜେ ଫୁଲ ଓ ଚକୋଲେଟ ଦେଇ ଲୋକଙ୍କୁ ବୁଝାଉଛନ୍ତି । ନୂଆ ମୋଟରଯାନ ଆଇନ୍ ଆସିବା ପରେ ସାରା ରାଜ୍ୟରେ ଯାଂଚ କନାକଡ଼ି କରାଯାଇଛି । ଆଉ ଏଥିପାଇଁ ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ମଧ୍ୟ ଦେଖିବା ପାଇଁ ମିଳିଛି । ତେବେ ଆଜି କଟରେ ଲୋକଙ୍କୁ ନିଆରା ଢ଼ଙ୍ଗରେ ସଚେତନ କରାଯାଉଛି । ଏପରି କରିବା ଦ୍ୱାରା ଜନସାଧାରଣ ନିୟମ ମାନିବେ ବୋଲି ଆଶା ବାନ୍ଧିଛି ପୋଲିସ୍ ବିଭାଗ ।
ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ  ମୋଟା ଅଙ୍କର ଜୋରିମାନା ଆଦାୟ ନେଇ ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ଭୁବନେଶ୍ୱର ରାଜମହଲରେ ଫାଇନ ଆଦାୟକୁ ନେଇ ରଣକ୍ଷେତ୍ର ସୃଷ୍ଟି ହୋଇଥିଲା । ଲୋକମାନେ ସରକାରୀ ଗାଡିକୁ ଅଟକାଇ କାଗଜ ପତ୍ର ମାଗିବାରୁ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ୩ ମାସ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସ ପାଇଁ  ଟ୍ରାଫିକ ନିୟମକୁ କୋହଳ କରିଛନ୍ତି । ୩ ମାସ ଭିତରେ ଗାଡିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଚକୋଲେଟ ଓ ଫୁଲ ଦେଇ ଏବେ ଲୋକଙ୍କୁ ସଚେତନ କରାଯାଉଛି ।