କନକ ବ୍ୟୁରୋ : ବାତ୍ୟା ଫୋନି ପରେ ଧୀରେ ଧୀରେ ପୁରୀକୁ ଆସିଲେଣି ପର୍ଯ୍ୟଟକ । ଫୋନିର କରାଳ ରୂପରେ ପୁରୀ ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା । ହେଲେ ପୁରୀର ମୋହକୁ ଭୁଲିପାରୁନାହିଁନ୍ତି ପର୍ଯ୍ୟଟକ । କାଳିଆ ଦର୍ଶନ କରିବା କରିବା ସହ ସମୁଦ୍ର କୂଳରେ କିଛି ସମୟ ବିତାଇବା ପାଇଁ ପୁରୀକୁ ଟାଣି ହୋଇଆସୁଛନ୍ତି ପର୍ଯ୍ୟଟକ । ଧୀରେ ଧୀରେ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ଼ ଦେଖାଗଲାଣି । ପ୍ରାକୃତିକ ବିପତ୍ତି ସୌନ୍ଦର୍ଯ୍ୟ ଛଡ଼େଇ ନେଇଛି ସିନା ହେଲେ ସମୁଦ୍ର କୂଳରେ ମଜା ଉଠାଇବା ପାଇଁ ଚାରିିଆଡ଼ୁ ଚାଲିଆସୁଛନ୍ତି ପର୍ଯ୍ୟଟକ ।
ସମୁଦ୍ର କୂଳରେ ପୂର୍ବ ପରି ବେପାର ଆରମ୍ଭ ହେଲାଣି । ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି । ଲୋକେ ସମୁଦ୍ର କୁଳରେ ସେଲ୍ଫି ନେବା ଖୁସିରେ ସହ ସମୟ ବିତାଇବାର ଦେଖାଯାଉଛି । ଛତା ତଳେ ଅନେକ ପର୍ଯ୍ୟଟକ ସମୁଦ୍ରର ଘୁଘୁ ଗର୍ଜନର ମଜା ନେଉଛନ୍ତି । ଛୋଟ ଛୋଟ ପିଲାମାନେ ସମୁଦ୍ର କୂଳରେ ପୂର୍ବପରି ଖେଳିବା ଆରମ୍ଭ କରିଦେଇଛି । ସମୁଦ୍ରର ଶୀତଳ ପବନ ଦର୍ଶକଙ୍କୁ ମନକୁ ଆମୋଦିତ କରୁଛି । ସମୁଦ୍ରରେ ପର୍ଯ୍ୟଟକମାନେ ମଜାରେ ଗାଧୋଉଥିବାର ଦୃଶ୍ୟ ମଧ୍ୟ ନଜର ଆସୁଛି ।
Citizens & Tourists enjoying the cool sea breeze on the iconic Puri beach.
Life getting back to normalcy at Puri.#StandUnitedWithPuri pic.twitter.com/GQgecQvnub— PuriOfficial (@Puri_Official) May 16, 2019
ସୂଚନାଯୋଗ୍ୟ ଫୋନି ଯୋଗୁଁ ପୁରୀ ସମ୍ପୂର୍ଣ୍ଣ ଶ୍ରୀହୀନ ହୋଇଯାଇଛି କହିଲେ ଚଳେ । ଯୁଆଡ଼ୁ ଦେଖିଲେ ଶ୍ରୀମନ୍ଦିର ଦୃଶ୍ୟମାନ ହେଉଛି । ବଡ଼ ବଡ଼ ନଡ଼ିଆ ଗଛ ଭାଙ୍ଗିରୁଜି ଯାଇଛି । ପୁରୀର ପର୍ଯ୍ୟଟନ ଶିଳ୍ପ ପୁରା ଛାରଖାର ହୋଇଯାଇଛି । ପୁରୀକୁ ପର୍ଯ୍ୟଟକ ଆସୁଥିଲେ ହେଁ ଆଉ ପୂର୍ବଅବସ୍ଥା ନାହିଁ । ସ୍ଥିତି ସ୍ୱାଭାବିକ କରିବା ପାଇଁ ପ୍ରଶାସନ ଜୋରସୋରରେ ଲାଗିଛନ୍ତି । ତଥାପି ଫୋନିରେ ହୋଇଥିବା କ୍ଷତି ଭରଣା ହେବାପାଇଁ ବର୍ଷ ବର୍ଷ ସମୟ ଲାଗିଯିବ ।