ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଲା । ବର୍ତ୍ତମାନ ସୁଦ୍ଧା ୩୭୭ ଜଣଙ୍କର ମୃତ୍ୟୁ । ସୁସ୍ଥ ହେଲେଣି ୧୩୦୬ । ମହାରାଷ୍ଟ୍ରରେ ସ୍ଥିତି ଜଟିଳ ।

239

କନକ ବ୍ୟୁରୋ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୭୭ରେ ପହଞ୍ଚିଛି । ସେହିପରି ୧ ହଜାର ୩୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ସେପଟେ ଭାରତରେ ୧୧ ହଜାର ଟପିଲାଣି କରୋନା ଆକ୍ରାନ୍ତ ସଂଖ୍ୟା । ବୁଧବାର ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୧୧ ହଜାର ୪୩୯ କୁ ବୃଦ୍ଧି ପାଇଛି । ମୋଟ୍ ୧୧୪୩୯  ମାମଲା ମଧ୍ୟରୁ ୯୭୫୬ ରୋଗୀ ବର୍ତ୍ତମାନ ଚିକିତ୍ସିତ ହେଉଛନ୍ତି । ସେପଟେ ମହାରାଷ୍ଟ୍ରରେ ସ୍ଥିତି ଜଟିଳ ହେବାରେ ଲାଗିଛି ।

ମହାରାଷ୍ଟ୍ର ୨୬୮୭ ଆକ୍ରାନ୍ତ ଓ ୧୭୮ ମୃତ
ଦିଲ୍ଲୀ ୧୫୬୧ ଆକ୍ରାନ୍ତ ଓ ୩୦ ମୃତ
ତାମିଲନାଡୁ ୧୨୦୪ ଆକ୍ରାନ୍ତ, ୧୨ ମୃତ୍ୟୁ
ରାଜସ୍ଥାନ ୯୬୯ ଆକ୍ରାନ୍ତ, ୩ ମୃତ
ମଧ୍ୟପ୍ରଦେଶ ୭୩୦ ଆକ୍ରାନ୍ତ, ୫୦ ମୃତ
ଉତ୍ତରପ୍ରଦେଶ ୬୬୦ ଆକ୍ରାନ୍ତ, ୫ ମୃତ
ତେଲେଙ୍ଗାନା ୬୨୪ ଆକ୍ରାନ୍ତ, ୧୭ ମୃତ
ଗୁଜରାଟ ୬୫୦ ଆକ୍ରାନ୍ତ, ୨୮ ମୃତ

Comments are closed.