ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୬ ହଜାର । ଗତ ୨୪ ଘଂଟାରେ ୨୬୦ ଜଣଙ୍କ ମୃତ୍ୟୁ, ୯ହଜାର ୩୦୪ ନୂଆ ମାମଲା ଚିହ୍ନଟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଭାରତରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୬ ହଜାର ୭୩୭ ।

329

କନକ ବ୍ୟୁରୋ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ ହଜାର ଟପିଛି । ଗତ ୨୪ ଘଂଟାରେ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତରେ ମୃତ୍ୟୁ ସଂଖ୍ୟା ୬ ହଜାର ୭୫ ଛୁଇଁଛି । ସେହିପରି ୨୪ ଘଂଟାରେ ୯ହଜାର ୩୦୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬ ହଜାର ୭୩୭ରେ ପହଂଚିଛି । ବର୍ତମାନ ସୁଦ୍ଧା ୧ଲକ୍ଷ ୪ ହଜାର ୧୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଂଟାରେ ଭାରତରେ ୩ ହଜାର ୮୦୪ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ମହାରାଷ୍ଟ୍ରରେ ଦେଶର ସବୁଠୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମହାରାଷ୍ଟ୍ରରେ ୩୯ ହଜାର ୯୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ମହାରାଷ୍ଟ୍ରରେ ୨୫୬୦ ନୂଆ ମାମଲା ଚିହ୍ନଟ ହୋଇଛି, ୯୯୬ ଜଣ ସୁସ୍ଥ ହୋଇଥିବା ବେଳେ ୧୨୨ ଜଣଙ୍କ ଜୀବନ ଯାଇଛି । ତାମିଲନାଡୁରେ ୨୫ ହଜାର ୮୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ତାମିଲନାଡୁରେ ୧୨୮୬ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଓ ୬୧୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଦିଲ୍ଲୀରେ ୨୩ ହଜାର ୬୪୫ ଓ ଗୁଜରାଟରେ ୧୮ ହଜାର ୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।