ପାଟକୁରାରେ ଘୂର୍ଣ୍ଣିଝଡର ତାଣ୍ଡବ : ମାତ୍ର ୫ ମିନିଟର ଝଡ ତୋଫାନରେ ନଦୀରୁ ଆକାଶକୁ ଖମ୍ୱ ଆକାରରେ ଉଠିଗଲା ପାଣି, ପ୍ରକୃତିର ଖେଳକୁ ମୋବାଇଲରେ କଏଦ କଲେ ଲୋକେ

1,770

କନକ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ବତୀଘର ପଂଚାୟତ କଜଳପାତିଆ ଗାଁରେ କାଳବୈଶାଖୀର ତାଣ୍ଡବ । ପ୍ରାୟ ୫ ମିନିଟ୍ ଧରି ଚାଲିଥିଲା ଝଡତୋଫାନ । ତା ପୁଣି ନଦୀ ଭିତରେ । ଖୁବ ଜୋରରେ ଚକ୍ରାକାରରେ ନଦୀ ଭିତରେ ଚାଲିଥିଲା ପବନ । ଏହା ସହିତ ଆକାଶକୁ ଏକ ଖମ୍ୱ ଆକାରରେ ଉଠି ଚାଲିଥିଲା ପାଣି ।

ଦୂରକୁ ଏହା ଏକ ଲାଂଜ ସଦୃଶ ଲାଗୁଥିଲା । ସତେ ଯେମିତି ନଦୀର ପାଣି ଏହି ଲାଂଜ ଦେଇ ଆକାଶକୁ ଚାଲି ଯାଉଛି । ଏହି ଘୂର୍ଣ୍ଣିଝଡ ନଦୀ ଓ ଲୁଣା ଜଙ୍ଗଲ ଭିତରେ ଘଟିଥିଲା ବୋଲି ଜଣାପଡିଛି । କେହି ଜଣେ ଏହାକୁ ମୋବାଇଲରେ କଏଦ କରିବା ପରେ ଏହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।