ଶୁକ୍ରବାର ଆସୁଛି କଙ୍ଗନା ରାଣାୱତଙ୍କ ସିନେମା ! ‘ସିମରନ’ରେ ଦେଖିବାକୁ ମିଳିବ ବଲିଉଡ଼୍ କ୍ୱିନଙ୍କ ଦମଦାର ଡାଇଲଗ୍

ଶୁକ୍ରବାର ଆସୁଛି କଙ୍ଗନା ରାଣାୱତଙ୍କ ସିନେମା ! ‘ସିମରନ’ରେ ଦେଖିବାକୁ ମିଳିବ ବଲିଉଡ଼୍ କ୍ୱିନଙ୍କ ଦମଦାର ଡାଇଲଗ୍

image courtesy- https://d1u4oo4rb13yy8.cloudfront.net

ବଲିଉଡ଼୍ କ୍ୱିନ୍ କଙ୍ଗନା ରାଣାୱତ୍ । ନିଜର ବିବାଦୀୟ ଟିପ୍ପଣୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି । ସବୁବେଳେ କିଛି ନାଁ କିଛି କାରଣ ଯୋଗୁଁ ଚର୍ଚ୍ଚାରେ ରହନ୍ତି । ନିଜର ବୋଲ୍ଡ ବୟାନବାଜୀ ଯୋଗୁଁ ବଲିଉଡ଼ରେ ତାଙ୍କର ଅନେକ ଶତ୍ରୁ । ତେବେ କଙ୍ଗନା ରାଣାୱତଙ୍କ ସିନେମା ‘ସିମରନ୍’ ଶୁକ୍ରବାର ସିନେମା ଘରେ ଧମାଲ ମଚେଇବା ପାଇଁ ଆସୁଛି । ପ୍ରଥମରୁ ‘ସିମରନ୍’ର ଟ୍ରେଲରକୁ ୟୁଟ୍ୟୁବରେ ବହୁତ ପସନ୍ଦ କରୁଛନ୍ତି ଦର୍ଶକ । ତେବେ ‘ସିମରନ୍’ ସିନେମାରେ ଡାଇଲଗକୁ ଦର୍ଶକଙ୍କୁ ନିଶ୍ଚିତ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

Actor-Kangana-Ranaut-ସୂଚନାଯୋଗ୍ୟ ଲୋକପ୍ରିୟ ବଲିଉଡ ନାୟିକା କଙ୍ଗନା ରାନାଓ୍ଵତ୍ ଗତ କିଛିଦିନ ତଳେ ସୁପରଷ୍ଟାର୍ ରିତିକ୍ ରୋଶନ୍ ଏବଂ ଆଦିତ୍ୟ ପାଞ୍ଚୋଲୀଙ୍କ ସହ ତାଙ୍କର ସଂପର୍କକୁ ନେଇ ଅଜବ ଖୁଲାସା କରିଥିଲେ । ତାକୁ ନେଇ ଜଣାଶୁଣା ବଲିଉଡ ଗାୟିକା ସୋନା ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ  । ସେ କହିଥିଲେ, ଯେ କଙ୍ଗନା ଯାହା କରୁଛନ୍ତି ତାହା କେବଳ ତାଙ୍କର ଆଗାମୀ ସିନେମା ‘ସିମରନ୍’ର ପ୍ରମୋସନ୍ ଲାଗି କରୁଛନ୍ତି । କଙ୍ଗନା ସର୍କସ କରୁଛନ୍ତି ବୋଲି ସୋନା ମହାପାତ୍ର କହିଥିଲେ ।

ଏସଂପର୍କରେ ସୋନା ମହାପାତ୍ର ଫେସବୁକରେ ଏକ ଲମ୍ବା ପୋଷ୍ଟ ସେଆର୍ କରିଥିଲେ । ସୋନା ଲେଖିଥିଲେ ଯେsona ସେ କଙ୍ଗନାଙ୍କର ଜଣେ ଫ୍ୟାନ୍ ଏବଂ ପୂର୍ବରୁ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରିଛନ୍ତି । କିନ୍ତୁ ଏବେ ଆପଣ ନିଜର ଯେଉଁ ବ୍ୟକ୍ତିଗତ କଥା ଏବଂ ଲଭ ଲାଇଫ ସଂପର୍କରେ ମିଡିଆରେ କହୁଛନ୍ତି ତାହା ଠିକ୍ ମନେ ହେଉନାହିଁ ।ସୂଚନାଯୋଗ୍ୟ ଓଡ଼ିଆ ଗାୟିକା ସୋନା ମହାପାତ୍ର ଗଲିମେ ମାରେ ଫେରେ, ନୈନା ଏବଂ ଜିୟା ଲାଗେରେ.. ଭଳି ଗୀତ ଗାଇ ବେଶ ସଫଳତା ହାସଲ କରିଛନ୍ତି ବଲିଉଡରେ ।

ତେବେ ସୋନାଙ୍କ ସେହି ଚିଠିର ମୁହଁତୋଡ଼ ଜବାବ ଦେଇଥିଲେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ । ଏ ନେଇ ସୋନା ଫେସବୁକ ଲେଖିଥିଲେ, ସଫଳତା ପାଇଁ ପ୍ରମୋସନର ଆବଶ୍ୟକତା ନାହିଁ ।’ ସୋନାଙ୍କ ଏପରି ଚିଠିରେ ପ୍ରତିକ୍ରିୟା ଜଣାଇଥିଲେ କଙ୍ଗନାଙ୍କ ଭଉଣୀ ରଙ୍ଗୋଲୀ । ସେ ସୋନାଙ୍କୁ ଟ୍ୟାଗ୍ କରି ଲେଖିଥିଲେ, ‘ଯେତେବେଳେ କେହି ନିଜ ଆତ୍ମାର କଥା କହେ ତାକୁ ସର୍କସ ଭାବିବା ଅନୁଚିତ । ନାରୀ ଜାତି ପାଇଁ ତମେ ଏକ କଳାଦାଗ । ଏପରି ଅନେକ କଥା ସୋନାଙ୍କୁ ଶୁଣାଇଥିଲେ ରଙ୍ଗୋଲୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe