ଟୁଥପେଷ୍ଟ କିଣିବା ପୂର୍ବରୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ . . . .

42

ବଜାରରେ ବିଭିନ୍ନ ବ୍ରାଣ୍ଡର ଟୁଥ୍‌ପେଷ୍ଟ ମିଳୁଛି । ଏବଂ ଏହା ବିଭିନ୍ନ ରଙ୍ଗରେ ଉପଲବ୍ଧ ମଧ୍ୟ । ଯାହାକୁ ଧଳା ରଙ୍ଗ ଭଲ ଲାଗେ,ସେ ଧଳା ରଙ୍ଗର ପେଷ୍ଟ କିଣିିଥାଆନ୍ତି,ଯିଏ ଲାଲ ରଙ୍ଗ ପ୍ରିୟ ତାଙ୍କୁ ରେଡ଼୍‍ ଟୁଥ ପେଷ୍ଟ କିଣିବାକୁ ଚାହାଁନ୍ତି । କିନ୍ତୁ ପ୍ରକୃତରେ କେଉଁ ଟୁଥ୍‌ ପେଷ୍ଟ ବ୍ୟବହାର କରିବା ଉଚିତ,ସେ କଥା ଜାଣିବା ଉଚିତ ।

୧-ପ୍ରଥମ କଥା ହେଲା ଟୁଥ୍‌ ପେଷ୍ଟ କିଣିବା ପୂର୍ବରୁ ତା’ର ଲେବଲ ଦେଖିବାକୁ ଭୁଲନ୍ତୁ ନାହିଁ, କାରଣ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ ।

୨-ଯଦି ଟୁଥ ପେଷ୍ଟର ତଳେ କୌଣସି କଳା ରଙ୍ଗର ପଟ୍ଟି ଦେଖନ୍ତି,ତେବେ ସେହି ଟୁଥ୍‌ ପେଷ୍ଟକୁ ଭୁଲରେ କି କିଣନ୍ତୁ ନାହିଁ।କାରଣ କଳାରଙ୍ଗ ଚିହ୍ନ ଥିବା ଟୁଥ୍‌ପେଷ୍ଟରେ କେମିକାଲସର ମାତ୍ରା ସର୍ବାଧିକ।

୩-ଯଦି ଟୁଥ୍‌ ପେଷ୍ଟରେ ଲାଲ ରଙ୍ଗର ମାର୍କ ଅଛି,ତା’ର ଅର୍ଥ ହେଲା ଏହା କଳା ମାର୍କ ଥିବା ଟୁଥ୍‌ ପେଷ୍ଟଠୁଁ ଟିକେ ଭଲ । ଅର୍ଥାତ୍‌ ଏଥିରେ ପ୍ରାକୃତିକ ସାମଗ୍ରୀ ସମେତ ରାସାୟନିକ ପଦାର୍ଥର ମଧ୍ୟ ପ୍ରୟୋଗ କରାଯାଉଛି ।
୪-ଯଦି ଟୁଥ୍‌ପେଷ୍ଟରେ ଯଦି ନୀଳ ରଙ୍ଗର ମାର୍କ ଅଛି,ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକଦମ୍‌ ସୁରକ୍ଷିତ । ଏଥିରେ ପ୍ରାକୃତିକ ତତ୍ତ୍ୱ ରହିଛି ।

୫-ଯଦି ସବୁଜ ରଙ୍ଗର ମାର୍କ ଥିବା ଟୁଥ୍‌ପେଷ୍ଟର ବ୍ୟବହାର କରନ୍ତି,ତେବେ ଏହା ସ୍ୱାସ୍ଥ୍ୟ ପାଇଁ ସବୁଠୁଁ ଭଲ ବୋଲି ଧରିନିଅନ୍ତି । ଏହାର ଅର୍ଥ ହେଲା ଏଥିରେ କେବଳ ପ୍ରକୃତିକ ତତ୍ତ୍ୱର ପ୍ରୟୋଗ କରାଯାଉଛି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ।