କନକ ବ୍ୟୁରୋ : ଆସନ୍ତାକାଲି ପ୍ରଦେଶ କଂଗ୍ରେସ କମିଟିର ଜରୁରୀ ବୈଠକ ଡକାଯାଇଛି । ଏଥିରେ ସମସ୍ତ ସଦସ୍ୟଙ୍କୁ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ମିିଳିଥିବା ଖବର ଅନୁସାରେ, ଏଥିରେ ମୁଖ୍ୟତଃ ୨ ଟି ସଂକଳ୍ପ ପାରିତ ହୋଇପାରେ । କଂଗ୍ରେସ ଅଧ୍ୟକ୍ଷ ବାଛିବାକୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ କ୍ଷମତା ଦିଆଯିବ । ସେହିଭଳି ରାହୁଲ ଗାନ୍ଧିଙ୍କୁ କଂଗ୍ରେସ ସଭାପତି କରିବାକୁ ଅନୁରୋଧ କରି ଆଉ ଏକ ସଂକଳ୍ପ ପାରିତ ହୋଇପାରେ । ରାହୁଲଙ୍କୁ ଦୀପାବଳି ପରେ ଦଳର ସଭାପତି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଏ ନେଇ କିଛି ରାଜ୍ୟର କଂଗ୍ରେସ କମିଟି ପ୍ରସ୍ତାବ ବି ପାଶ କରିସାରିଛନ୍ତି ।
ଆସନ୍ତାକାଲି ପ୍ରଦେଶ କଂଗ୍ରେସ କମିଟିର ଜରୁରୀ ବୈଠକ ! ସମସ୍ତ ସଦସ୍ୟଙ୍କୁ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ
/kanak/media/post_attachments/wp-content/uploads/2017/10/1200px-Flag_of_the_Indian_National_Congress.svg_.png)