ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ ! ଟ୍ୱିଟରରେ ଲିକ୍ ହେଉଛି ଟଲିଉଡ଼ର ଲୋକପ୍ରିୟ ଯୋଡ଼ି ସାମନ୍ଥା ଓ ନାଗା ଚୈତନ୍ୟଙ୍କ ଫଟୋ

92

ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ବର ବି ଲୋକପ୍ରୟ ତାରକା ଏବଂ କନ୍ୟା ମଧ୍ୟ ଆଉ ଅଧିକ ଲୋକପ୍ରିୟ । ଟଲିଉଡ଼ର ପ୍ରସିଦ୍ଧ ଯୋଡ଼ି ଅଭିନେତ୍ରୀ ସାମନ୍ଥା ଋଥ ପ୍ରଭୁ ଏବଂ ଅଭିନେତା ନାଗା ଚୈତନ୍ୟ ଆଜି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବର ତଥା ନାଗା ଚୈତନ୍ୟ ଏକ ଫଟୋକୁ ଟ୍ୱିଟର ଜରିଆରେ ଶେୟାର କରିବା ସହ ସାମନ୍ଥାଙ୍କୁ ସ୍ୱାଗତ ଜଣାଇଛନ୍ତି । ଗୋଆରେ ଉଭୟଙ୍କର ବିବାହ ହେବାକୁ ଯାଉଛି । ଉଭୟ ପରିବାର ପ୍ରଥରୁ ହିଁ ସେଠାରେ ପହଞ୍ଚି ଯାଇଛନ୍ତି । ଧୀରେ ଧୀରେ ପରିବାର ଲୋକ ଓ ବନ୍ଧୁବାନ୍ଧବ ବିବାହରେ ଯୋଗ ଦେବା ପାଇଁ ଆସିବା ଆରମ୍ଭ କରିଦେଇଛନ୍ତି । ଅଭିନତା ଭେଙ୍କଟେସ୍ ମଧ୍ୟ ଏହି ବିବାହରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ।

ଏହି ବିବାହକୁ ନେଇ ପ୍ରଶଂସକ ବହୁତ ଉତ୍ସାହିତ ଅଛନ୍ତି । ତେବେ ପ୍ରଶଂସକ ଏହି ଉତ୍ସବ ସହ ଯୋଡ଼ିହୋଇଥିବା ତଥ୍ୟ ଓ ଫଟୋ ସବୁ ସୋସିଆଲ ମିଡ଼ିଆରେ ଶେୟାର କରୁଛନ୍ତି । ଆଜି ଦିନଟି ସାମନ୍ଥାଙ୍କ ପାଇଁ ବହୁତ ବଡ଼ ଦିନ । ଏହାସତ୍ୱେ ସେ ପ୍ରଶଂସକଙ୍କୁ ନିରାଶ କରିନାହାନ୍ତି । ଏବେ ବି ସେ ଟ୍ୱିଟରରେ ଆକ୍ଟିଭ୍ ଅଛନ୍ତି । ସେ ଶେୟାର ହେଉଥିବା ପୋଷ୍ଟର ରିଟ୍ୱିଟ୍ ମଧ୍ୟ କରୁଛନ୍ତି ।

ସାମନ୍ଥା ବିବାହରେ ପିନ୍ଧିବା ଲେହେଙ୍ଗାକୁ କ୍ରିଶା ବଜାଜ୍ ଡିଜାଇନ୍ କରିଛନ୍ତି । ଏଥିରେ ତାଙ୍କର ପ୍ରେମ ସର୍ମ୍ପକର ଅନେକ ସୁନ୍ଦର ମୁହୂର୍ତ୍ତକୁ ଏମ୍ରୋଡୋରୀ କରାଯାଇଛି । ସୂଚନାଯୋଗ୍ୟ ସାମନ୍ଥା ଓ ନାଗାଙ୍କ ପ୍ରଥମ ଭେଟ ସିନେମା ‘ୟେ ମାୟା ଚେସ୍ୱେ’ର ସେଟରେ ୨୦୦୯ରେ ହୋଇଥିଲା । ସାମନ୍ଥାଙ୍କର ଏହା ଥିଲା ପ୍ରଥମ ସିନେମା । ଏହି ତାରକାଙ୍କର ବିବାହରେ ପାଖପାଖି ୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ଜାନୁୟାରୀ ୨୦୧୭ରେ ସାମନ୍ଥା ଓ ନାଗାଙ୍କର ନିର୍ବନ୍ଧ ହୋଇଥିଲା । ସେମାନେ ନିଜର ସିନେମା ‘ୟେ ମାୟା ଚେସ୍ୱେ’ ଷ୍ଟାଇଲରେ ଜଣେ ଜଣକୁ ମୁଦି ପିନ୍ଧାଇଥିଲେ । ତେବେ ସୂଚନା ଅନୁସାରେ ନାଗା ଓ ସାମନ୍ଥା ଦୁଇ ଥର ବିବାହ କରିବେ । ପ୍ରଥମେ ହିନ୍ଦୁ ରିତୀନୀତି ଅନୁସାରେ ଏବଂ ପରେ କ୍ୟାଥଲିକ ରିତିନୀତି ଅନୁସାରେ ଉଭୟଙ୍କର ବିବାହ ହେବ । ଦୁଇ ଦିନ ପର୍ଯ୍ୟନ୍ତ ଗୋଆରେ ବିବାହର କାର୍ଯ୍ୟକ୍ରମ ଚାଲିବ । ଏହାପରେ ହାଇଦ୍ରାବଦରେ ରିସେପ୍ସନ ହେବ ଯେଉଁଠି ବଲିଉଡ଼ ଓ ଟଲିଉଡ଼ର ପ୍ରସିଦ୍ଧ ହସ୍ତୀ ମାନେ ସାମିଲ ହେବେ ।