କନକ ବ୍ୟୁରୋ : ପଞ୍ଜାବ ସଙ୍ଗରୁରରେ ଚାଲିଛି ବଡ ଅପରେସନ । ବୋରୱେଲ ଭିତରେ ଜଣେ ୨ବର୍ଷର ଶିଶୁ ଖସିପଡିବା ପରେ ତାକୁ ଉଦ୍ଧାର ପାଇଁ ଚାଲିଛି ବଡ ଅପେରସନ । ୧୫୦ ଫୁଟ ଗଭୀର ବୋରୱେଲ ଭିତରକୁ ଖସିପଡିଥିବା ୨ବର୍ଷର ଶିଶୁ ଫତେହବୀର ସିଂହକୁ ଉଦ୍ଧାର କରିବା ପାଇଁ ୮୫ରୁ ୯୦ଘଂଟା ହେବ ଚାଲିଛି ପ୍ରୟାସ । ଗତ ଗୁରୁବାର ସଂଧ୍ୟା ସମୟରେ ଫତେହବୀର ଖେଳୁଥିବା ସମୟରେ ହଠାତ ବୋରୱେଲ ଭିତରକୁ ଖସିପଡିଥିଲା । ହଠଶତ ପରିବାରଲୋକେ ଏହା ଜାଣିପାରି ଶିଶୁଟିକୁ ଉଦ୍ଧାର କରିବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ ବି ଏଥିରେ ବିଫଳ ହୋଇଥିଲେ ।
ଏହାପରେ ପରିବାର ଲୋକେ ସ୍ଥାନୀୟ ପ୍ରଶାସନକୁ ଏନେଇ ଖବର ଦେବା ପରେ ଆରମ୍ଭ ହୋଇଛି ବଡ ଅପରେସନ । ଏନଡିଆରଏଫ, ଆର୍ମିର ଟିମ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଦିନ ରାତି ଏକ କରି ସେମାନେ ଶିଶୁପୁତ୍ରକୁ ବଂଚାଇବାକୁ ଯଥାସମ୍ଭବ ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ଆଜି ସୁଦ୍ଧା ଶିଶୁ ପୁତ୍ରକୁ ଉଦ୍ଧାର ହୋଇଯିବ ବୋଲ ଅନୁମାନ କରାଯାଉଛି । ସେପଟେ ଶିଶୁଟିକୁ ବାହାରକୁ ଆଣିବା ମାତ୍ରେ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ୧୦ ଜଣ ବରିଷ୍ଠ ଡାକ୍ତର ସଜାଗ ଅଛନ୍ତି ।