ସରିଲା ପ୍ରଚାର, ଆଗକୁ ଭୋଟ୍ ! ଆଜି ହ୍ୱାଟ ଆଇ ଷ୍ଟାଂଣ୍ଡ ଫର ମିଟିଂ

28

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ ରାଜନୀତି । ଗତକାଲି କ୍ୟାମ୍ପେନିଂ ଶେଷ ହୋଇଥିବା ବେଳେ ଆଜି ହ୍ୱାଟ ଆଇ ଷ୍ଟାଣ୍ଡ ଫର ମିଟିଂ । ଭୋଟ ହାତେଇବାକୁ ଶେଷ ପ୍ରୟାସ କରିବେ ପ୍ରାର୍ଥୀ । ତାଙ୍କ ସପକ୍ଷରେ ଭୋଟ ଦେବାକୁ କଣ ପ୍ରତିଶୃତି ଦେବେ ସେ ନେଇ ଯୋଜାନ ପ୍ରସ୍ତୁତ କରିଛନ୍ତିି ପ୍ରାର୍ଥୀ । ଆଜି ହ୍ୱାଟ ଆଇ ଷ୍ଟାଣ୍ଡ ଫର ମିଟିଂରେ ଭୋଟ୍ ହାତେଇବାକୁ ପୁରା ଦମ ଲଗାଇ ଦେବେ ପ୍ରାର୍ଥୀ । ଆସନ୍ତାକାଲି ହେବ ଛାତ୍ର ସଂସଦ ନିର୍ବାଚନ । ଲିଙ୍ଗଡୋ କମିଶନଙ୍କ ନିୟମ ଅନୁଯାୟୀ କୌଣସି ପ୍ରାର୍ଥୀ ୫ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ, କିନ୍ତୁ ଏହି ନିୟମକୁ ଖୋଲାଖୋଲି ପ୍ରାର୍ଥୀମାନେ ଉଲ୍ଲଙ୍ଘନ କରୁଥିବା ଦେଖିବାକୁ ମିଳିଛି । ଗତକାଲି ବିଭିନ୍ନ କଲେଜରେ ଛାତ୍ରଛାତ୍ରୀ ସୁସ୍ୱାଦୁ ଖାଦ୍ୟ ଦେଇ ଆପ୍ୟାୟିତ କରିବାକୁ ପ୍ରୟାସ କରିଥିଲେ ପ୍ରାର୍ଥୀ ।

ପ୍ରାର୍ଥୀମାନେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଖୋଲିଥିଲେ ଖାଦ୍ୟର ପସରା । ଭୋଜି ଖାଇବାକୁ ଛାତ୍ରଛାତ୍ରୀଙ୍କ ମନରେ ବି ଥିଲା ବେଶ ଆଗ୍ରହ । ରାଜଧାନୀର ପ୍ରାୟ ସବୁ କଲେଜ କ୍ୟାମ୍ପସରେ ଦେଖିବାକୁ ମିଳିଥିଲା ଏହିପରି ଦୃଶ୍ୟ । କ୍ୟାମ୍ପନିଂର ଶେଷ ଦିନରେ ଛାତ୍ରଛାତ୍ରୀଙ୍କୁ ନିଜ ସପକ୍ଷକୁ ଆଣିବାକୁ ପ୍ରାର୍ଥୀମାନେ କରିଥିଲେ ଶେଷ ଉଦ୍ୟମ । ଉତ୍କଳ ବିଶ୍ୱବଦ୍ୟାଳୟ, ବିଜେବି ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ ହୋଇଯାଇଥିବାରୁ ସମସ୍ତଙ୍କ ଆଖି ଏବେ ରାଜଧାନୀର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଉପରେ । ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ନିଜର ପତିଆରା ଜାହିର କରିବାକୁ ଏଠାରେ ସବୁଯାକ ଦମ ଲଗାଇ ଦେଇଛନ୍ତି ।