ଆଜି ସ୍ୱତନ୍ତ୍ର ଓଜେଇଇ ! ଭୁବନେଶ୍ୱରର ୧୦ଟି କେନ୍ଦ୍ରରେ ହେବ ପରୀକ୍ଷା

34

କନକ ବ୍ୟୁରୋ : ବି.ଟେକ୍‌ ସମେତ ଏମବିଏ, ଏମସିଏ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଦ୍ୱିତୀୟ ତଥା ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ । ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ପରୀକ୍ଷା ଲାଗି ଭୁବନେଶ୍ୱରରେ ୧୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ବି.ଟେକ୍‌ରେ ୫୭୬୬ ଜଣ ପିଲା ରହିଥିବା ବେଳେ ଏମବିଏରେ ୯୦୫, ଏମସିଏରେ ୨୫୦ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ପରୀକ୍ଷା ପରିଚାଳନା ଲାଗି ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହେବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି ।

ପରୀକ୍ଷା ସରିବା ପରେ ୧୧ ତାରିଖରେ ଫଳ ପ୍ରକାଶ ପାଇବ । ୧୨ ତାରିଖରେ ଛାତ୍ରଛାତ୍ରୀ ର‍୍ୟାଙ୍କ କାର୍ଡ ଡାଉନ୍‌ ଲୋଡକରିବା ସହ ଅନଲାଇନ୍‌ରେ ଚଏସ୍‌ ଫିଲିଂ କରିବେ । ୧୩ ତାରିଖରେ ସିଟ୍‌ ଆଲଟ୍‌ମେଣ୍ଟ ହେବ। ୧୪ ତାରିଖରେ ଛାତ୍ରଛାତ୍ରୀ ପାଇଥିବା କଲେଜରେ ରିପୋଟିଂ କରିବେ । ୧୫ ତାରିଖ ଭିତରେ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ କଲେଜ ଗୁଡ଼ିକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହେବା ପରେ ବି.ଟେକରେ ପ୍ରାୟ ୩୬ ହଜାର ସିଟ୍‌ ଖାଲି ରହିଛି । ଏମବିଏ ଏବଂ ଏମସିଏ ପାଠ୍ୟକ୍ରମରେ ବି ନାମଲେଖା ଆଶାନୁରୂପ ହୋଇପାରିନି।