ଆଜି କଂଗ୍ରେସ ଉପାଧ୍ୟକ୍ଷଙ୍କୁ ଭେଟିବେ କଂଗ୍ରେସ ନେତା ! ଓଡିଶାରେ କଂଗ୍ରେସ କାହିଁକି ଦୁର୍ବଳ ନେତାଙ୍କୁ ପଚାରି ବୁଝିବେ ଯୁବରାଜ ରାହୁଲ

Advertisment
ଆଜି କଂଗ୍ରେସ ଉପାଧ୍ୟକ୍ଷଙ୍କୁ ଭେଟିବେ କଂଗ୍ରେସ ନେତା ! ଓଡିଶାରେ କଂଗ୍ରେସ କାହିଁକି ଦୁର୍ବଳ ନେତାଙ୍କୁ ପଚାରି ବୁଝିବେ ଯୁବରାଜ ରାହୁଲ

image courtesy-http://images.indianexpress.com

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ନେତାଙ୍କ ଦିଲ୍ଲୀ ଚଲୋ । ହାଇକମାଣ୍ଡଙ୍କ ଡାକରା ପାଇ ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ଯାଇଛନ୍ତି । ଆଜି ରାଜ୍ୟ କଂଗ୍ରେସର ନେତାମାନେ ଦିଲ୍ଲୀରେ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିବେ । ରାଜ୍ୟର ୩୦ରୁ ଅଧିକ ନେତାଙ୍କୁ ଗତ ଶନିବାର ଏଆଇସିସିରୁ ଡାକରା ଆସିଥିଲା । ରାଜ୍ୟ publive-imageକଂଗ୍ରେସର ସ୍ଥିତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ଗତମାସରେ ଏଆଇସିସି ପର୍ଯ୍ୟବେକ୍ଷକ ଭୁବନେଶ୍ୱର ଆସିଥିଲେ । ଏହି ସମୟରେ ପିସିସି ନେତୃତ୍ୱ ପରିବର୍ତ୍ତନ ଦାବି ଜୋର ଧରିଥିଲା । ଓଡିଶାରୁ ଏଆଇସିସି ପର୍ଯ୍ୟବେକ୍ଷକ ଦଳ ଦିଲ୍ଲୀ ଯାଇ ରାଜ୍ୟ କଂଗ୍ରେସର ସ୍ଥିତି ବାବଦରେ ହାଇକମାଣ୍ଡଙ୍କୁ ରିପୋର୍ଟ ଦେବା ପରେ ଏଆଇସିସି ପକ୍ଷରୁ ଏହି ଡାକରା ଆସିଥିଲା ।

ପିସିସି ସଭାପତି ପରିବର୍ତ୍ତନ ତଥା ରାଜ୍ୟ କଂଗ୍ରେସର ପୁନର୍ଗଠନ ସଂପର୍କରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀpublive-image ଆଜି ରାଜ୍ୟ କଂଗ୍ରେସର କିଛି ବରିଷ୍ଠ ନେତାମାନଙ୍କ ସହିତ ଆଲୋଚନା କରିବେ । ରାହୁଲଙ୍କ ସହିତ ଏହି ବୈଠକରେ ପିସିସି ସଭାପତି, ବିରୋଧୀ ଦଳର ନେତା, କିଛି ବିଧାୟକ, ପୂୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ପିସିସି ସଭାପତିମାନଙ୍କୁ ଦିଲ୍ଲୀ ଡକାଯାଇଥିବା କୁହାଯାଉଛି । ପର୍ଯ୍ୟବେକ୍ଷକ ଟିମ୍‌ ଓଡିଶାରେ ସ୍ଥିତି ଅନୁଧ୍ୟାନ କରି ଗତ ମାସ ୨୨ ତାରିଖରେ କଂଗ୍ରେସ ଉପସଭାପତିଙ୍କୁ ରିପୋର୍ଟ ଦେଇଥିଲେ। ଏହାପରେ କଂଗ୍ରେସ ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟରୁ କିଛି ବରିଷ୍ଠ ନେତାଙ୍କୁ ଆଜି ବୈଠକରେ ଯୋଗ ଦେବାପାଇଁ ଡକାଯାଇଛି ।

publive-imageବୈଠକରେ ରାହୁଲ ତାଙ୍କର ନିଷ୍ପତ୍ତି ଶୁଣାଇବେ ନା’ ଆହୁରି ସମୟ ଗଡାଇବେ ସେ ନେଇ ସମସ୍ତଙ୍କର ନଜର ରହିବ । ଆଜିର ବୈଠକ ପାଇଁ ଯେଉଁ ନେତାମାନେ ଦିଲ୍ଲୀରେ ପହଞ୍ଚିଛନ୍ତି, ସେମାନେ ହେଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ କାହ୍ନଚରଣ ଲେଙ୍କା, ଶ୍ରୀକାନ୍ତ ଜେନା, ଚନ୍ଦ୍ରଶେଖର ସାହୁ, ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ।

ଆଜି ଦିଲ୍ଲୀରେ ରାଜ୍ୟ କଂଗ୍ରେସ ନେତାଙ୍କ ସହ ମନ୍ଥନ କରିବେ ରାହୁଲ ଗାନ୍ଧୀ । ବଡ ପ୍ରଶ୍ନ ହେଉଛି, ରାଜ୍ୟ କଂଗ୍ରେସ କନ୍ଦଳ କେବେ ଦୂର ହେବ । ରାଜ୍ୟରେ ବିଜେପି ଆଗକୁ ବଢୁଛି, ତାକୁ ରୋକିବାରେ କଂଗ୍ରେସ କେତେ ସକ୍ଷମ ହେବ ।  ଦୀର୍ଘଦୀନ ହେବ ରାଜ୍ୟ କଂଗ୍ରେସର ଗୋଷ୍ଠୀ କନ୍ଦଳ ଚାଲିଛି । କେନ୍ଦ୍ରୀୟ ନେତୃତ୍ୱ ନେତାଙ୍କୁ ବୁଝାଇବାରେ ସକ୍ଷମ ହେଉନାହିଁ କାହିଁକି । ରାହୁଲ ଗାନ୍ଧୀଙ୍କ ସହ ଭେଟ ପରେ ରାଜ୍ୟ କଂଗ୍ରେସ କଣ ଠିକଠାକ ଚାଲିବ । ପିସିସି ନେତୃତ୍ୱ ପରିବର୍ତନ ନେଇ ହାଇକମାଣ୍ଡ ନିଷ୍ପତି ନେଇନପାରିବାର କାରଣ କଣ । ଏହାର ଉତ୍ତର ବୋଧହୁଏ ଆଗାମୀ କିଛିଦିନ ମଧ୍ୟରେ ମିଳିଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe