କନକ ବ୍ୟୁରୋ : ଆଜି ଅପରାହ୍ନରେ ବସିବ ବିଜେପି ବିଧାୟକ ଦଳ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ବସିବ । ସମସ୍ତ ନବନିର୍ବାଚିତ ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ । ବଧାୟକ ଦଳ ନେତା ଚୟନ ପାଇଁ ଆଜି ଏହି ବୈଠକ ବସୁଛି । ମୁଖ୍ୟମନ୍ତ୍ରୀଙ୍କୁ ଟକ୍କର ଦେବା ପାଇଁ ବଛାଯିବ ବିଜେପି ବିଧାୟକ ଦଳ ନେତା । ୨୩ ଜଣ ବିଧାୟକଙ୍କ ସହ ବିରୋଧୀ ଆସନରେ ବସିବ ବିଜେପି । ବିଜେଡ଼ିର ୧୧୨ ସଂଖ୍ୟାକୁ କଡ଼ା ଟକ୍କର ଦେବାପାଇଁ ବିଜେପି ବାଛିବ ଟାଣୁଆ ନେତା । ବିଜେପି ବିଧାୟକ ବିଧାୟକ ଦଳ ନେତା ରେସରେ ଅଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ।

Advertisment

publive-imageପୂର୍ବରୁ ୩ ଥର ବିଧାୟକ ନିର୍ବାଚିତ ହୋଇଥିବା ଜୟନାରାୟଣ ମିଶ୍ର ମେଣ୍ଟ ଶାସନରେ ମନ୍ତ୍ରୀ ମଧ୍ୟ ଥିଲେ । ରାଜ୍ୟ ରାଜନୀତରେ ସେ ଜଣେ ସୁଦକ୍ଷ ଚେହେରା । ରାଜନୀତିରେ ତାଙ୍କର ଉତ୍ତମ ଅଭିଜ୍ଞତା ରହିଛି । ଜୟନାରାୟଣଙ୍କ ବ୍ୟତୀତ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ମଧ୍ୟ ଏହି ରେସରେ ଅଛନ୍ତି । ପ୍ରଦୀପ୍ତ ନାୟଏ ମଧ୍ୟ ୧୯୯୫ରୁ ୨୦୦୪ ଯାଏଁ ୩ ଥର ବିଧାୟକ ଥିଲେ । ଜଣେ ବରିଷ୍ଠ ନେତା ଏବଂ ଦକ୍ଷ ସଂଗଠକ ଭାବରେ ତାଙ୍କର ଖ୍ୟାତି ରହିଛି । ତେଣୁ ବିଧାୟକ ଦଳ ନେତା ହେବାରେ ତାଙ୍କର ମଧ୍ୟ ସମାନ ଦାବିଦାରୀ ରହିଛି । ତେବେ ବୈଠକରେ ସର୍ବସମ୍ମତି କ୍ରମେ ବିଧାୟକ ଦଳନେତାଙ୍କ ନାଁ ପ୍ରକାଶ ପାଇବ ।ଏହି ବୈଠକରେ ବିଧାୟକ ଦଳ ନେତା ଚୟନ କରାଯିବା ସହିତ ପର୍ଯ୍ୟବେକ୍ଷକ ଭାବେ ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ସାଂସଦ ସରୋଜ ପାଣ୍ଡେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ତଥା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ ।

ସେପଟେ ଆଜି ସନ୍ଧ୍ୟାରେ ବିଜେଡ଼ି ବିଧାୟକ ଦଳ ବୈଠକ ମଧ୍ୟ ବସିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । ଆସନ୍ତା ୨୫ରେ ଆଉମ୍ଭ ହେଉଥିବା ବଜେଟ୍ ଅଧିବେସନ ପାଇଁ ବୈଠକରେ ଆଲୋଚନା ହେବ । ବିରୋଧୀଙ୍କ ପ୍ରଶ୍ନର ଉଚିତ ଜବାବ ପାଇଁ ପ୍ରସ୍ତୁତ ହେବେ ।