କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଜି ବି ସରଗରମ ଗୃହ । ଆଜି ମଧ୍ୟ ଗୃହରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ତୁମ୍ବିତୋଫାନ ହୋଇଛି । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ଗୃହରେ ହଙ୍ଗାମା କରିଛନ୍ତି । କଂଗ୍ରେସ ସଦସ୍ୟ ହଟ୍ଟଗୋଳ ଓ ନାରାବାଜି କରିବାକୁ ଗୃହକୁ ଏକ ଘଂଟା ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ବରଗଡ ଚାଷୀ ଖଏନୁ ବଗର୍ତି ଆତ୍ମହତ୍ୟା ପ୍ରସଙ୍ଗରେ କୃଷି ମନ୍ତ୍ରୀ ରଖିଥିବା ଭୁଲ ତଥ୍ୟକୁ ନେଇ ଉଠୁଛି ପଡୁଛି ବିଧାନସଭା । ବିଜେପି ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ କରିବାକୁ ଦାବି କରୁଛି ବିରୋଧୀ ବିଜେପି । ଏଥିସହ ମନ୍ତ୍ରୀ କ୍ଷମା ମାଗନ୍ତୁ ଏବଂ ବିଧାନସଭାରେ ମନ୍ତ୍ରୀ ଯେପରି ଭୁଲ ଉତ୍ତର ରଖୁଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ଦାବି କରୁଛି ।
ବିଧାସନଭାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ହଙ୍ଗାମା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । କହିଛନ୍ତି । ସରକାରଙ୍କ ମାନବିକତା ନାହିଁ । ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି, ହେଲେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ପ୍ରସ୍ତାବକୁ ଖାରଜ କରୁଛନ୍ତି ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-17-11h22m56s544.png)