ବିଧାନସଭାରେ ଥମୁନି ଚାଷୀ ତାତି ! ଆଜି ବି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ତମ୍ବିତୋଫନ

27

କନକ ବ୍ୟୁରୋ : ବିଧାନସଭାରେ ଆଜି ବି ସେହି ସମାନ ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି । ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହ କମିିଟି ଦାବି କରି ଗୃହର ମଧ୍ୟ ଭାଗରେ ନାରାବାଜି ଦେଇଛନ୍ତି ବିରୋଧୀ ସଦସ୍ୟ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଘଂଟାଏ ପାଇଁ ମୁଲତବୀ ଘୋଷାଣା କରିଥିଲେ ବାଚସ୍ପତି ।

ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଗୋଟିଏ ଦିନ ବି ସୁରୁଖୁରୁରେ ସମ୍ପାଦନ ହୋଇପାରିନାହିଁ । ବିଧାନସଭା ପରିଚାଳନା ଲାଗି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହେଉଛି ।