https://khabar.ndtv.com
କନକ ବ୍ୟୁରୋ : ଲୋକସଭା ନିର୍ବାଚନ ୨୦୧୯ରେ ବିଜେପି ପାଇଁ ପ୍ରଚାର କରି ଫସିଲେ ଗ୍ରେଟ୍ ଖଲି । ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ପାଇଁ ରେସଲର ଦ ଗ୍ରେଟ୍ ଖଲିଙ୍କୁ ପ୍ରଚାର ପାଇଁ ଟିଏମସି ପ୍ରଶ୍ନ କରିଛି । ଗ୍ରେଟ୍ ଖଲିଙ୍କ ବିରୋଧରେ ଚିଠି ଲେଖି ଅଭିଯୋଗ କରିଛି ଟିଏମସି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଖଲି ପ୍ରୟାସ କରିଛନ୍ତି ବୋଲି ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ୨୬ ଏପ୍ରିଲରେ ଜାଘବପୁରରେ ବିଜେପି ପ୍ରାର୍ଥୀ ଅନୁପମ ହାଜରାଙ୍କ ପାଇଁ ପ୍ରଚାର କରିଥିଲେ । ଟିଏମସି ଚିଠିରେ ଲେଖିଛି ଖଲିଙ୍କ ପାଖରେ ଆମେରିକାର ନାଗରିକତା ରହିଛି । ଜଣେ ବିଦେଶୀ ଭାରତୀୟ ଭୋଟରଙ୍କୁ ପ୍ରଭାବିତ କରିବା ଉଚିତ ନୁହେଁ । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ତାଙ୍କୁ ଅନୁମତି ନାହିଁ ।
ପଶ୍ଚିମବଙ୍ଗରେ ୭ ପର୍ଯ୍ୟାୟରେ ମତଦାନ
୧୧ ଏପ୍ରିଲ – କୁଚ ବିହାର, ଅଲିପୁରଦଚଆର
୧୮ ଏପ୍ରିିଲ- ଜଲପାଇଗୁଡ଼ି, ଦାର୍ଜିଲିଂ, ରାୟଗଂଜ,
୨୩ ଏପ୍ରିଲ –ବାଲୁରଘାଟ, ମାଲଦା ଉତ୍ତର, ମାଲଦା ଦକ୍ଷିଣ, ଜଙ୍ଗିପୁର, ମୁର୍ସିଦାବାଦ
୨୯ ଏପ୍ରିଲ-ବେହରାମପୁର, କୃଷ୍ଣାନଗର, ରାଣାଘାଟ, ବର୍ଦ୍ଧମାନ ପୂର୍ବ, ବର୍ଦ୍ଧମାନ-ଦୁର୍ଗାପୁର, ଆସାନସଲ, ବୋଲଫୁର, ବୀରଭୂମ
୬ ମେ –ବଙ୍ଗାଓ, ବୈରକପୁର, ହାୱଡ଼ା, ଉଲୁବେରିଆ, ଶ୍ରୀରାମପୁର, ହୁଗୁଳି, ଆରମବାଗ
୧୨ ମଇ – ତାମଲୁକ, କାନ୍ତୀ, ଘାଟଲ, ଘାରଗ୍ରାମ, ମେଦିନିପୁର, ପୁର୍ଣ୍ଣିୟା, ବାଙ୍କୁରା, ବିଷ୍ଣୁପୁର
୧୯ ମେ – ମଥୁରାପୁର, ଡାଇମଣ୍ଡ ହାର୍ବର, ଜାଘବପୁର, କୋଲକୋତା ଦକ୍ଷିଣ, କୋଲକାତା ଉତ୍ତର, ଦମଦମ, ବାରାସାତ, ବସିରହାଟ, ଜୟନଗର
Follow Us