ମତ ବଦଳାଇଲା ଟାଇମ ପତ୍ରିକା : ଲେଖିଲା, ଦେଶକୁ ଏକାଠି ରଖିଛନ୍ତି ନରେନ୍ଦ୍ର ମୋଦି, ପୂର୍ବରୁ ମୋଦିଙ୍କୁ ଡିଭାଇଡର ଇନ୍ ଚିଫ୍ ବୋଲି କହିଥିଲା ଟାଇମ ମ୍ୟାଗାଜିନ

247

କନକ ବ୍ୟୁରୋ : ମତ ବଦଳାଇଲା ଟାଇମ୍ ପତ୍ରିକା । ଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଡ଼ିଭାଇଡ଼ର ଇନ୍ ଚିଫ’ କହିଥିବା ଅନ୍ତରାଷ୍ଟ୍ରୀୟ ଟାଇମ୍ ପତ୍ରିକା ଏବେ ନିଜର ଆଭିମୁଖ୍ୟ ବଦଳାଇଛି । ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଟାଇମ୍ ନିଜର ୱେବସାଇଟରେ ମୋଦିଙ୍କୁ ପ୍ରଶଂସା କରିଛି । ମୋଦି ଭାରତକୁ ଏମିତି ଭାବରେ ଏକଜୁଟ କରି ରଖିଛନ୍ତି ବିଗତ ଦଶନ୍ଧିରେ କୌଣସି ପ୍ରଧାନମନ୍ତ୍ରୀ ଏମିତି କରି ନାହାନ୍ତି ବୋଲି ମାଗାଜିନରେ ପ୍ରକାଶ ପାଇଛି ।

ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ମେ ୧୦ ରେ ଟାଇମ୍ ମାଗାଜିନ୍ ନିଜର କଭରପେଜରେ ମୋଦିଙ୍କୁ ପ୍ରମୁଖ ବିଭାଜନକାରୀ ଭାବେ ଚିତ୍ରଣ କରିଥିଲା ଟାଇମ । କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ମାଗାଜିନ୍ ଲେଖା ସମ୍ପୁର୍ଣ୍ଣ ଭାବେ ବଦଳି ଯାଇଛି । ମେ ୨୮ରେ ପ୍ରକାଶ ପାଇଥିବା ଆର୍ଟିକିଲରେ ମୋଦୀ ଭାରତକୁ ଏମିତି ଭାବରେ ଏକଜୁଟ କରି ରଖିଛନ୍ତି ବିଗତ ଦଶନ୍ଧିରେ କୌଣସି ପ୍ରଧାନମନ୍ତ୍ରୀ ଏମିତି କରି ନାହାନ୍ତି ବୋଲି ସ୍ତମ୍ଭ ପ୍ରକାଶ ପାଇଛି । ଏହି ସ୍ତମ୍ଭକୁ ମନୋଜ ଲଡ଼ୱା ଲେଖିଛନ୍ତି ।