କନକ ବ୍ୟୁରୋ : ଚୀନ ବିରୋଧରେ ଭାରତର ଡିଜିଟାଲ ଏୟାରଷ୍ଟ୍ରାଇକ । ଟିକଟକ୍ ସହ ମୋଟ ୫୯ଟି ଚୀନ ଆପ୍ଲିକେସନ୍ ବ୍ୟାନ କରିଛନ୍ତି ଭାରତ ସରକାର । ଅନେକ ଦିନ ଧରି ଭାରତ ଚୀନ ସୀମା ବିବାଦ ଜାରି ରହିଥିିବା ବେଳେ ଚୀନି ସାମଗ୍ରୀ ଏବଂ ଆପ୍ଲିକେସନ ବନ୍ଦ କରିବା ନେଇ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ଏବେ ବ୍ୟାନ ହେବା ପରେ ଟିକକର ବିକଳ୍ପ ଭାବେ ଚିଙ୍ଗାରିକୁ ବିବେଚନା କରାଯାଉଛି । ଗୁଗୁଲ ପ୍ଲେ ଷ୍ଟୋରରେ ଡାଉନଲୋଡ୍ କରିହେଉଥିବା ଏହି ଆପ୍ଲିକେସନ୍ ଏବେ ଭାରତୀୟଙ୍କ ପସନ୍ଦ ପାଲଟିଛି । ଆଉ ଡିଜିଟାଲ୍ ଏଂଟରଟେନମେଂଟ କ୍ଷେତ୍ରରେ ଏହି ଆପ୍ ଏବେ ଚହଳ ସୃଷ୍ଟି କରିଛି ।
ଓଡିଶା, ଛତିଶଗଡ ଏବଂ କର୍ଣ୍ଣାଟକର ତିିନି ଜଣ ଆଇଟି ପ୍ରଫେସନାଲ ଏହି ଆପକୁ ପ୍ରସ୍ତୁତ କରିଛନ୍ତି । ଓଡିଶାର ବିଶ୍ୱାତ୍ମା ନାୟକ, କର୍ଣ୍ଣାଟକର ସିଦ୍ଧାର୍ଥ ଗୌତମ ଓ ଛତିଶଗଡର ସୁମିତ ଘୋଷ ଦୁଇ ବର୍ଷର ସମୟ ଭିତରେ ଏହି ଆପ୍ଲିକେସନକୁ ଡେଭଲପ୍ କରିଛନ୍ତି । ୨୦୧୮, ନଭେମ୍ବର ମାସରୁ ଏହି ଆପ୍ଲିକେସନ୍ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିବା ବେଳେ ଭାରତ ଚୀନ ବିବାଦ ଏହାକୁ ବେଶ୍ ଲୋକପ୍ରିୟ କରିଦେଇଛି । ଗତ କିଛି ଦିନ ଭିତରେ ଏହି ଆପକୁ ପାଖାପାଖି ୨୫ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ କରିସାରିଛନ୍ତି, ଯାହା ଟିକଟିକ୍ ଆପ୍ ପାଇଁ ଚିନ୍ତାର କାରଣ ହୋଇଥିଲା ଚିଙ୍ଗାରି ଆପର ଡେଭେଲପର୍ ସୁମିତ ଘୋଷଙ୍କ କହିବା ମୁତାବକ ଏହି ଆପ୍ଲିକେସନ୍ ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ୨ବର୍ଷ ସମୟ ଲାଗିଥିଲା ।
ଏବଂ ଭାରତୀୟଙ୍କ ଆବଶ୍ୟକ ମୁତାବକ ଏହି ଆପକୁ ପ୍ରସ୍ତୁତ କରାଯାଇଛି । ଏହି ଆପ୍ଲିକେସନରେ ବହୁ ଭାରତୀୟ ଭାଷାରେ ଭିଡିଓ ତଥା ଅନ୍ୟ ବ୍ୟବହାର ପାଇଁ ଅପ୍ସନ ରହିଛି । ଅର୍ଥାତ୍, ଓଡିଆ, ଗୁଜୁରାଟୀ, ମରାଠୀ ଆଦି ଭାଷାର ଅପ୍ସନ ରହିଛି ।ଏଥିସହ ଏହି ଆପ୍ଲିକେସନରେ ଟିକଟକ୍ରେ ମିଳୁଥିବା ଅସ୍ପନ ସହ ଆହୁରି ଅନେକ ଅପ୍ସନ ରହିଛି ବ୍ୟବହାରକାରୀଙ୍କ ପାଇଁ । ଭାରତରେ ଟିକଟକ୍ ବ୍ୟାନ ହେବା ପରେ ଚିଙ୍ଗାରିର ବ୍ୟବହାର ଆହୁରି ବଢିବା ନେଇ ଆଶା ରହିଛି ।