ଫାଶୀ ପୂର୍ବରୁ ଶେଷ ଚିଠି : ନିର୍ଭୟା ଦୋଷୀମାନଙ୍କୁ ଭେଟିବା ପାଇଁ ପରିବାରବର୍ଗଙ୍କୁ ଚିଠି ଲେଖିଲେ ତିହାର ଜେଲ୍ କର୍ତ୍ତୃପକ୍ଷ

1,347

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ସୈତାନଙ୍କ ପରିବାରକୁ ଶେଷ ଚିଠି । ୨୦୨୦ ମସିହା ଫେବ୍ରୁଆରି ୧ ତାରିଖ ସକାଳ ୬ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ନିର୍ଭୟା ଦୋଷୀମାନଙ୍କୁ ଥରେ ଭେଟିବା ନିମନ୍ତେ ଅଭିଯୁକ୍ତଙ୍କ ପରିବାର ବର୍ଗଙ୍କୁ ତିହାର ଜେଲ୍ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି ।

ଦିଲ୍ଲୀ ତିହାର ଜେଲରେ ବନ୍ଦୀ ଅଛନ୍ତି ନିର୍ଭୟା ମାମଲାର ସମସ୍ତ ଦୋଷୀ ।  ତିହାର ଜେଲରେ ବନ୍ଦୀ ଥିବା ନିର୍ଭୟା ଦୋଷୀଙ୍କ ଫାଶୀ ଦେବା ପାଇଁ ଡେଥ୍ ୱାରେଂଟ ଜାରି ହୋଇସାରିଛି ଓ ସମସ୍ତଙ୍କ ନଜର ଏବେ ଫେବୃଆରୀ ପହିଲା ଉପରେ ଅଛି । ଏହି ଦିନ ସମସ୍ତ ୪ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ତେବେ ଫାଶୀ ପୂର୍ବରୁ ଦୋଷୀଙ୍କ ପରିବାରକୁ ଶେଷ ଚିଠି ଲେଖିଛନ୍ତି ଜେଲ କର୍ତ୍ତୃପକ୍ଷ । ଏଥିରେ ଶେଷଥର ପାଇ ଭେଟିବାକୁ କୁହାଯାଇଛି ।

କୋର୍ଟ ଡେଥ ୱାରେଂଟ ଜାରି କରିବା ପରେ ଯାହା ଆଇନଗତ ପ୍ରକ୍ରିୟା ରହିଛି କାହା କରୁଛନ୍ତି ତିହାର ଜେଲ କର୍ତ୍ତୃପକ୍ଷ । ୧ ତାରିଖ ପୂର୍ବରୁ ଦୋଷୀ ନିଜ ସର୍ମ୍ପକୀୟ କି ଅନ୍ୟ କାହାକୁ ଦେଖା କରିବାକୁ ଚାହୁଁଛନ୍ତି ବୋଲି ପ୍ରଚାରିଥିଲେ ଜେଲ ପ୍ରଶାସନ । ଦୋଷୀଙ୍କ ନାଁରେ ଯଦି କୌଣସି ବ୍ୟାଙ୍କରେ ଟଙ୍କା ଜମା ହୋଇଥିବ ତାକୁ ଅନ୍ୟ କାହାକୁ ଟାନ୍ସଫର କରାଯିବା କି ତାଙ୍କ ଧନ ସମ୍ପର୍ତିକୁ ଅନ୍ୟ କାହା ନାଁରେ କରିବାକୁ ଚାହୁଁଛନ୍ତି କି ବୋଲି ପ୍ର୍ରଶ୍ନ ପ୍ରଚାର ଯାଇଥିଲା । ଏହା ସହ ମୃତ୍ୟୁ ପୂର୍ବରୁ ଦୋଷୀ ଧାର୍ମିକ  ବହି ପଢ଼ିବାକୁ ଚାହୁଛନ୍ତି କି ବୋଲି ପ୍ରଶ୍ନ ପ୍ରଚରାଯାଇଥିଲା । ତେବେ ଏ ଯାଏଁ ଏହାର ଉତ୍ତର ଦେଇନାହାନ୍ତି ଦୋଷୀ ।

ସୂଚନାଯୋଗ୍ୟ ଚାରି ଅଭିଯୁକ୍ତ ବର୍ଷିୟ ବିନୟ ଶର୍ମା, ଅକ୍ଷୟ କୁମାର ସିଂହ, ମୁକେଶ କୁମାର ସିଂହ ଏବଂ ପବନ ଗୁପ୍ତାଙ୍କୁ ଜେଲ୍ ନମ୍ବର ୩ର ପୃଥକ୍ ପୃଥକ୍ ସେଲରେ ରଖାଯାଇଛି । ଡେଥ୍ ୱାରେଣ୍ଟ ଜାରି ହେବା ପରଠାରୁ ନିର୍ଭୟା ଦୋଷୀମାନେ ଖୁବ୍ ଚିନ୍ତାରେ ଅଛନ୍ତି  ବୋଲି ସୂଚନା ମିଳିଛି । ସେମାନେ ଖାଇବା ପିଇବା କମାଇଦେଲେଣି । ନିୟମିତ ସେମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି ।