କନକ ବ୍ୟୁରୋ : ନୂଆପଡା ହଳଦି ଗାଁ ପରେ ମୁସୁରଙ୍ଗି ଜଙ୍ଗଲରେ ବାଘ ଆତଙ୍କ । ୨ ଟି କଲରାପତରିଆ ବାଘର ଫଟୋ ମୋବାଇଲରେ କଏଦ କରିଛନ୍ତି ଗାଁ ଲୋକେ । ବାଘ ଦେଖିବା ପରେ ଲୋକଙ୍କ ମଧ୍ୟରେ ପୁଣି ଥରେ ଆତଙ୍କ ଖେଳିଯାଇଛି । ବାଘ ଥିବା ଜଣାପଡତିବା ପରେ ନୂଆପଡା ବନବିଭାଗ ମୁସୁରଙ୍ଗି ଜଂଗଲର ଚାରିପଟେ ନଜର ରଖିଛନ୍ତି । ଗାଁ ଲୋକଙ୍କୁ ସଂନ୍ଧ୍ୟାରେ ଘରୁ ନାବାହାରିବାକୁ ସଚେତନ କରିଛନ୍ତି ।

Advertisment

publive-image

ମୁସୁରଙ୍ଗି ଜଙ୍ଗଲରେ ଥିବା ଏକ ପଥର ଉପରେ ୨ଟି କଲରାପତରିଆ ବାଘକୁ ଗାଁ ଲୋକ ଗତକାଲି ସଂନ୍ଧ୍ୟାବେଳେ ଦେଖିବାକୁ ପାଇଥିଲେ । ଏହା ପରେ ମୋବାଇଲ ମାଧ୍ୟରେ ଫଟୋ ଉଠାଇ ବନବିଭାଗକୁ ଖବର ଦେଇଥିଲେ । ୨୦୧୭ରେ ହଳଦୀ ଗାଁରେ କଲରାପତରିଆ ବାଘ ଜଣେ ଶିଶୁକୁ ଝାମ୍ପିନେଇଥିଲା । ଏହା ପରେ ବନବିଭାଗ ୨ଟି ବାଘକୁ ଧରି ନନ୍ଦନ କାନନକୁ ପଠାଇଥିଲେ ।