• ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ସମ୍ଭାବନା
  • ଉପକୂଳ ଅଞ୍ଚଳରେ ଜୋରରେ ବହିବ ପବନ
  • ମୁମ୍ବାଇରେ -ଗୋଆରେ ପ୍ରବଳ ବର୍ଷା
  • ଓଡ଼ିଶାରେ ବି ପ୍ରବଳ ବର୍ଷିବ
Advertisment

ଦେଶର ୧୫ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ଭାରତରେ ପ୍ରବଳ ପ୍ରବଳ ବର୍ଷା ଆଶଙ୍କା ରହିଛି । ବିଶେଷକରି ଉପକୂଳ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୫ଟି ରାଜ୍ୟକୁ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ଷା ସମୟରେ ଉପକୂଳ ଅଞ୍ଚଳରେ ଜୋରରେ ପବନ ବହିବ । ଗୁଜରାଟର ବଡ଼ୋଦରା ସହରରେ ବର୍ତ୍ତମାନ ସୁଦ୍ଧା ବଡ଼୍ୟା ସ୍ଥିିତି ଲାଗି ରହିଛି । ଅନ୍ୟପଟେ ମୁମ୍ବାଇରେ ସକାଳୁ ସକାଳୁ ପ୍ରବଳ ବର୍ଷା ଲାଗି ରହିଛି । ମାୟାନଗରୀରର ଅନେକ ସ୍ଥାନରେ ୩ ରୁ ୪ ଫୁଟ ଉଚ୍ଚର ପାଣି ବହୁଛି ।

publive-image

ବର୍ଷା ପ୍ରଭାବରେ ଆରବ ସାଗରରେ ଜୋରରେ ପବନ ବହିବ । ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କିମି  ରହିବେ ବାଲି ଅନୁମାନ କରାଯାଉଛି । ଏପଟେ ଦିଲ୍ଲୀ-ଏନସିଆରେ ଆଗାମୀ ଦୁଇ ଘଂଟା ଭିରେ ପ୍ରବଳ, ବର୍ଷା ହେବ ବୋଲି ସମ୍ଭାବାନ ରହିଛି । ପାଣପାଗ ବିଭାଗ ଅନୁସାରେ ପୂର୍ବ ଦିଲ୍ଲୀ, ଉତ୍ତର ପ୍ରଦେଶର ମୋଦି ନଗରରେ ପ୍ରବଳ ବର୍ଷିତ । ଏହାସହ ଗୋଆ, ମଧ୍ୟପ୍ରଦେଶର କିଛି ସ୍ଥାନରେ ମଧ୍ୟ ବର୍ଷା ଅଶଙ୍କା ରହିଛି । ଏହାବ୍ୟତୀତ ଛତିଶଗଡ଼, ଉତ୍ତରାଖଣ୍ଡ ଓ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହିଛି । ଅନ୍ୟପଟେ ଉପକୂଳରେ କର୍ଣ୍ଣାଟକ, ତେଲେଙ୍ଗାନା, ଗୁଜରାଟ, ହିମାଚଳ ପ୍ରଦେଶ, ପଞ୍ଜାବ, ଚଣ୍ଡିଗଡ଼, ଦିଲ୍ଲୀ ଓ ରାଜସ୍ଥାନରେ ପ୍ରବଳ ବର୍ଷିକ ।