ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୯ ଜିଲ୍ଲାରେ ଘଡ଼ଘଡ଼ି ସହ କୁଆପଥର ମାଡ ସମ୍ଭାବନା ! ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ

30

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୫୦ରୁ ୬୦କିଲୋମିଟର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ ରହିଛି ବୋଲି ଆଞ୍ଚଳିକ ପାଣିପାଗକେନ୍ଦ୍ର ସତର୍କ ସୂଚନା ଜାରି କରିଛି । ବିଜୁଳି ମାରୁଥିବା ସମୟରେ କୌଣସି ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର ନ କରିବାକୁ ବି କୁହାଯାଇଛି ।

heavy rain

ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କୋରାପୁଟ, ଗଞ୍ଜାମ, ଜଗତସିଂହପୁର, ଢ଼େଙ୍କାନାଳ, କଟକ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ ଅନୁଗୁଳ ଆଦି ଅଞ୍ଚଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ମଧ୍ୟ ହୋଇପାରେ । ଏହି କ୍ରମରେ ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ର ୪୧.୫ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୧୯.୦ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି । ଓଡ଼ିଶାର ଅନ୍ୟ ସ୍ଥାନମାନଙ୍କରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ । ସେହିପରି ଦକ୍ଷିଣ ଓଡ଼ିଶାର ପାଗରେ ସେପରି କିଛି ପରିବର୍ତ୍ତନ ଦେଖା ଦେଇ ନାହିଁ ।