କନକ ବ୍ୟୁରୋ : ବାପାଙ୍କ ଶୁଦ୍ଧିକ୍ରିୟା ନସରୁଣୁ ଉଠିଲା ଝିଅଙ୍କ କୋକେଇ । ଏକାସଙ୍ଗେ ଜଳିଗଲା ୩ଟି ଜୀବନ । ମାଲକାନଗିରିରେ ଘରୋଇ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ୩ ଭଉଣୀଙ୍କ ଜୀବନ ଚାଲିଯାଇଛି । ବାପା-ମାଆଙ୍କ ମୃତ୍ୟୁ ପରେ ଆର୍ଥିକ ଅନଟନ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ତିନିଭଉଣୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସେପଟେ ବାଲୁଗାଁରେ ପାଣିରେ ବୁଡି ୩ ଜଣ ଶିଶୁ ପ୍ରାଣ ହରାଇଛନ୍ତି ।
ବନ୍ଦ ଘର ଉପର ଦେଇ ବାହାରୁଥିଲା ପ୍ରବଳ ଧୂଆଁ । ଭିତରୁ ଶୁଭୁଥିଲା ଆକୁଳ ଚତ୍କାର । କେହି କିଛି ବୁଝିପାରୁନଥିଲେ ଘର ଭିତରେ ଏଭଳି କଣ ଘଟିଗଲା । ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚିଗଲେ । ଆଉ କବାଟ ଭାଂଗି ଯାହା ଦେଖିଲେ ତାହା ହୁଏତ କେହି କେବେ କଳ୍ପନା କରିଥିବେ । ପରସ୍ପର ସହ ଯୋଡି ହୋଇ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ତିନି ଭଉଣୀ । ମାତ୍ର କେଇ ମିନିଟ୍ ଭିତରେ ଜଳିଯାଇଥିଲେ ପରିବାରର ତିନି ଝିଅ ।
ଘରେ ଆଜି ଥିଲା ବାପାଙ୍କ ମୃତ୍ୟୁର ୧୨ ଦିନ । ଅସ୍ଥି ବିସର୍ଜନ ପାଇଁ ଦୁଇ ଭାଇ ଆନ୍ଧ୍ର ଚାଲିଯାଇଥିଲେ । ମା ଆଗରୁ ଆରପାରିକୁ ଚାଲିଯାଇଛନ୍ତି । ବୋଧହୁଏ ଏହି ଦିନଟିକୁ ଅପେକ୍ଷା କରିିଥିଲେ ଅବିବାହିତ ତିନି ଭଉଣୀ । ଅଭାବ ଅନଟନ ଦେଇ ଗତି କରୁଥିବା ପରିବାରର ତିନି ବଢିଲା ଝିଅ ବାଛିନେଇଥିଲେ ଏଭଳି ଛାତିଥରା ମୃତ୍ୟୁର ବାଟ ।
ଗୋଟିଏ ପଟେ ତିନି ଭଉଣୀ ନିଆଁରେ ଦଗ୍ଧ ହୋଇ ପ୍ରାଣ ହରାଇଥିଲେ । ଆଉ ଏପଟେ ପୋଖରୀରେ ବୁଡି ଆଖି ବୁଜିଛନ୍ତି ତିନି କଅଁଳ ଶିଶୁ । ବାଲୁଗାଁ ବୋରିଆ ସାହିର ତିନି ନାବାଳିକା ଗାଧୋଇବାକୁ ଗାଁପାଖ ପୋଖରୀକୁ ଯାଇଥିଲେ । ହେଲେ ସତେ ଯେପରି ସେମାନଙ୍କୁ ଅପେକ୍ଷା କରିଥିଲା ମୃତ୍ୟୁ । ଶିଶୁଙ୍କୁ ପାଣିରୁ ଉଦ୍ଧାର କରି ବାଣପୁର ଡାକ୍ତରଖାନା ଆଣିଥିଲେ ଗାଁଲୋକ । ହେଲେ ସେତେବେଳକୁ ସବୁ ସରିଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-18-at-8.29.51-PM.png)