ମୁମ୍ବାଇ ଟେକ୍ନିକାଲ କମ୍ପ୍ଲେକ୍ସ ଅଗ୍ନିକାଣ୍ଡରେ ୩ ମୃତ : ଅଷ୍ଟମ ମହଲା ପର୍ଯ୍ୟନ୍ତ ବ୍ୟାପିଲା ନିଆଁ

39

କନକ ବ୍ୟୁରୋ : ମୁମ୍ବାଇ ବହୁତଳବିଶିଷ୍ଟ ବିଲଡିଂରେ ଲାଗିଲା ନିଆଁ । ମୁମ୍ବାଇ ଗୋରେଗାଓଁରେ ଥିବା ଟେକ୍ନିକ୍ ପ୍ଲସ୍ ୱାନ ନାମକ ବିଲଡିଂରେ ଅଗ୍ନିକାଣ୍ଡ ଘଟିଛି । ଏସବି ରୋଡରେ ଥିବା ଏହି ବିଲଡିଂରେ ଅଗ୍ନିକାଣ୍ଡ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅଗ୍ନିକାଣ୍ଡରେ ୩ ଜଣ ପ୍ରାଣ ହରାଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇ ଛନ୍ତି । ବିଲଡିଂର ସପ୍ତମ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ୮ଟି ଦମକଳ ଓ ୬ଟି ବଡ଼ ଜୁମ୍ବୋ ଟ୍ୟାଙ୍କର ସହାୟତାରେ ନିଆଁକୁ ଆୟତ କରାଯାଇଛି ।

ବେସମେଂଟରେ ଥିବା ଇଲେକ୍ଟିକ୍ ୱାୟାରିଂରୁ ଏହି ଅଗ୍ନିକାଣ୍ଡ ଆରମ୍ଭ ହୋଇଥିବା କୁହାଯାଇଛି । ପରେ ନିଆଁ ଅଷ୍ଟମ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ନିଆଁକୁ ଆୟତ କରିବାକୁ ଯାଇ କିଛି ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିମାନଙ୍କୁ ନିକଟସ୍ଥ ସିଦ୍ଧାର୍ଥ ହସ୍ପିଟାଲରେ ଭର୍ତି କରା ଯାଇଛି । ଅଗ୍ନିକାଣ୍ଡର ଭୟାବହତା ଦୃଷ୍ଟିରୁ ଏହାକୁ ଟାଇପ୍ ଥ୍ରି ମେଜର ପର୍ଯ୍ୟାୟରେ ରଖିଛି ମୁମ୍ବାଇ ଅଗ୍ନିଶମ ବିଭାଗ । ଗୋରେଗାଓଁର ଏହି ବିଲଡିଂରେ ଅନେକ କମ୍ପାନୀର କାର୍ଯ୍ୟାଳୟ ରହିଛି । ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ନଇମୁଦ୍ଦିନ ଶାହା, ରାମ ଅବତାର ଓ ରାମ ତିରଥ୍ପାଲ୍ ।