ଏଟିଏମରେ ଟଙ୍କା ନେଣଦେଣ ଖୁବ ସହଜ । ଆଜିକାଲି ଆଉ ଲୋକଙ୍କୁ ଆଉ ବ୍ୟାଙ୍କ୍ ଦୌଡ଼ିବାକୁ ପଡ଼ୁନି କି ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେବାକୁ ପଡ଼ୁନି । ବ୍ୟାଙ୍କ ସମ୍ମନ୍ଧିତ ସମସ୍ତ କାମ ପ୍ରାୟ ଏଟିଏମରେ ହୋଇଯାଉଛି । ହେଲେ ସଜହରେ ହେଉଥିବା କାମରେ ଥାଏ ଅଧିକ ବିପଦ । ଆଜିକାଲି ଏଟିଏମ ନେଣଦେଣରେ ଅଧିକ ଠକେଇ ହେବାର ଦେଖାଯାଉଛି । ଆଉ ଏଥିପାଇଁ ଅକଳରେ ପଡ଼ିଯାଉଛନ୍ତି ବ୍ୟାଙ୍କ୍ କର୍ତ୍ତୃପକ୍ଷ । ଏଟିଏମ ଫ୍ରଡ଼ରୁ ବର୍ତ୍ତିବା ପାଇଁ ସମସ୍ତ ବ୍ୟାଙ୍କ ଗୁଡ଼ିକ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଯଦ୍ୱାରା ଏଟିଏମରେ ହେଉଥିବା ଠକେଇରେ ଅଙ୍କୁଶ ଲାଗିପାରିବ । ତେବେ ଏହାର ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ିପାରେ ବୋଲି ସୂଚନା ମିଳିଛି ।
ଏଟିଏମ ଠକେଇ ରୋକିବା ପାଇଁ ଦିଲ୍ଲୀ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି)ସମସ୍ତ ବ୍ୟାଙ୍କକୁ କିଛି ପରାମର୍ଶ ଦେଇଛନ୍ତି । ସମସ୍ତ ବ୍ୟାଙ୍କରେ ଏଥିରେ ଏକମତ ହେଲେ ବ୍ୟାଙ୍କ ଫ୍ରଡ଼କୁ ରୋକାଯାଇପାରିବ । ଏସଏଲବିସିର ପରାମର୍ଶ ଅନୁସାରେ ଗୋଟିଏ ଦିନରେ ଏଟିଏମ୍ ନେଣଦେଶରେ ପ୍ରାତୟ ୬ରୁ ୧୨ ଘଂଟା ଅନ୍ତର ରଖିବା ଜରୁରୀ । ଏହି ନିୟମ ଲାଗୁହେଲେ ଗୋଟିଏ ଦିନରେ ଦ୍ୱିତୀୟ ଥର ଟଙ୍କା ଉଠାଣ ପାଇଁ ଲୋକଙ୍କୁ ୬ରୁ ୧୨ ଘଣ୍ଟା ଅପେକ୍ଷା କରିବା ପାଇଁ ପଡ଼ିବ । ତେବେ ବିଧିବଦ୍ଧ ଭାବେ ଏଯାଏଁ କିଛି ଘୋଷଣା ହୋଇନାହିଁ ।
ଏସଏଲବିସିର ଏହି ବୈଠକରେ ପ୍ରାୟ ୧୮ଟି ବ୍ୟାଙ୍କ ସାମିଲ ଥିଲେ । ବୈଠକରେ ଟଙ୍କା ବାହାର କରୁଥିବା ଖାତାଧାରକଙ୍କୁ ରେଜିଷ୍ଟ୍ରେଡ଼୍ ମୋବାଇଲ ନମ୍ବରକୁ ଓଟପି ପଠାଇବା ଉପରେ ମଧ୍ୟ ଆଲୋଚନା ହୋଇଛି । ରାଜଧାନୀ ଦିଲ୍ଲୀରେ କାନାରା ବ୍ୟାଙ୍କ ଏହି ସୁବିଧା ଆରମ୍ଭ କରିଦେଇଛି । କାନାରା ବ୍ୟାଙ୍କ ୧୦,୦୦୦ରୁ ଅଧିକ ଉଠାଣ ଉପରେ ଓଟିପି ସେବା ଆରମ୍ଭ କରିଦେଇଛି । ଅନ୍ୟପଟେ ଏସବିଆଇ, ପିଏନବି ଓ ଆଇଡ଼ିବିଆଇ ବ୍ୟାଙ୍କ ଗୁଡ଼ିକ ମଧ୍ୟ ଏହି ବ୍ୟବସ୍ଥାକୁ ଲାଗୁ କରିଦେଇଛନତ୍ତି ।
ସୂଚନାଯୋଗ୍ୟ ୨୦୧୮-୧୯ରେ ଦିଲ୍ଲୀରେ ୧୭୯ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଥିଲା । ଏଥିରୁ ବଞ୍ଚିବା ପାଇଁ ସମସ୍ତ ବ୍ୟାଙ୍କ ଗୁଡ଼ିକ ଏପରି ଅଭିନୟ ଉପାୟ ବାହାର କରିଛନ୍ତି । ହେଲେ କେତେଦୂର ଏହି ନୂତନ ଉପାୟ ଲୋକଙ୍କୁ ଠକେଇରୁ ରକ୍ଷା କରିବ ତାହା ସମୟ କହିବ ।