ଇଂରାଜୀ ଶିକ୍ଷୟତ୍ରୀ ବଡ ଦାଣ୍ଡର ଭିକାରି : ପରିବାରକୁ ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ବଡଦାଣ୍ଡରେ ଭିକ୍ଷାବୃତି କରୁଛନ୍ତି ସାକ୍ଷୀଗୋପାଳର ମମତା

1,413

କନକ ବ୍ୟୁରୋ : ବଡ଼ଦାଣ୍ଡରେ ଆଉ ଜଣେ ଉଚ୍ଚଶିକ୍ଷିତ ଭିକାରୀ । ଶ୍ରୀଜିତ ପାଢିଙ୍କ ପରେ ପୁରୀ ବଡଦାଣ୍ଡରେ ଆଉ ଜଣେ ଉଚ୍ଚଶିକ୍ଷିତା ଭିକାରୀଙ୍କୁ ଠାବ କରିଛି କନକ ନ୍ୟୁଜ ଟିମ୍ । ପରିବାରକୁ ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ସାକ୍ଷୀଗୋପାଳ ଅଂଚଳର ମମତା ଭିକ୍ଷାବୃତିକୁ ଆଦରି ନେଇଛନ୍ତି । ମମତା ପୁରୀ ବାଲିକା ହାଇସ୍କୁଲରେ ୫ ବର୍ଷ ଶିକ୍ଷକତା କରିଥିଲେ । ପରେ ବିଦେଶରେ ମଧ୍ୟ ୧୦ ବର୍ଷ ଶିକ୍ଷକତା କରିଥିଲେ । ଯେଉଁ ହାତ ଦିନେ ଶହ ଶହ ପିଲାଙ୍କୁ ଆକଟ କରି ବଡ଼ ମଣିଷ କରିଛି , ଆଜି ସେ ହାତ ଭିକ ମାଗିବାକୁ ବାଧ୍ୟ ।

ଭାଗ୍ୟର ବିଡମ୍ବନା ଯେ, କିଛି ବର୍ଷ ମଧ୍ୟରେ ତାଙ୍କର ପରିବାର ଛାରଖାର ହୋଇଯାଇଥିଲା । ଏକ ଦୁର୍ଘଟଣାରେ ତାଙ୍କ ସ୍ୱାମୀ ପ୍ରାଣ ହରାଇଥିଲେ ।ପୁଅ ବି ଘରଛାଡି ପଳାଇଥିଲେ । ନିମିଷକ ମଧ୍ୟରେ ସୁନାର ସଂସାର ଉଜୁଡ଼ିଗଲା । ଏତେ ବଡ଼ ଦୁନିଆରେ ଏକା ହୋଇଗଲେ ମମତା । ଫଳରେମାନସିକଭାରସାମ୍ୟ ହରାଇ ମମତା ବଡଦାଣ୍ଡରେ ଭିକ୍ଷାବୃତିକୁ ଆପଣାଇଥିଲେ । ସେହିଦିନ ଠାରୁ କାଳିଆ ଦୁଆରେ ଭିକ ମାଗୁଛନ୍ତି ଇଂରାଜୀ ଶିକ୍ଷୟିତ୍ରୀ ।