ଘରେ ବସି ପୁରୁଣା ପୋଷାକ ବିକ୍ରି କରି ହୋଇପାରିବେ ମାଲାମାଲ ! ଜାଣନ୍ତୁ କିପରି ଆରମ୍ଭ କରିବେ ବ୍ୟବସାୟ ?

49

ଅର୍ଥ ରୋଜଗାର କରିବାର ବିଭିନ୍ନ ପନ୍ଥା ରହିଛି । ଆଉ ସମସ୍ତେ ଜାଣନ୍ତି ବ୍ୟବସାୟରେ ଅଧିକ ଲାଭ ମିଳେ । କିନ୍ତୁ କିଛି ଲୋକଙ୍କ ମନରେ ବ୍ୟବସାୟକୁ ନେଇ ଭ୍ରମ ଧାରଣା ରହିଛି । ସମସ୍ତେ ଭାବନ୍ତି ଚାକିରି କରିବା ପରେ ବ୍ୟବସାୟ ଆରମ୍ଭ କରିବା ସହଜସାଧ୍ୟ ନୁହେଁ । କାରଣ ଚାକିରିରେ ଏକ ସ୍ଥିର ଦରମା ମିଳେ । ଆଉ ବ୍ୟବସାୟରେ ଲାଭ କ୍ଷତି ଅଛି । ଯଦି ଆପଣଙ୍କ ପାଖରେ ଅଧିକ ପୁରୁଣା ପୋଷାକ ରହିଛି, ତେବେ ସେଥିରୁ ମଧ୍ୟ ଆପଣ ଆୟ କରିପାରିବେ । କିଛି ଲୋକ ଅଳ୍ପ ଦିନ ପରେ ପୁରୁଣା ପୋଷାକ ପିନ୍ଧିବା ପାଇଁ ପସନ୍ଦ କରନ୍ତି ନାହିଁ । ଏପରି ଲୋକମାନେ ତାଙ୍କ ପୁରଣା ପୋଷାକ ବିକ୍ରି କରି ମାଲାମାଲ ହୋଇପାରିବେ ।

ତେବେ ଆପଣ ଏହି ଖବର ପଢ଼ିଲେ ଆପଣଙ୍କ ମନ ମଦ୍ୟ ପରିବର୍ତ୍ତନ ହୋଇଯିବ । ଆମେ ଆଜି ଏପରି ଜଣେ ମହିଳାଙ୍କ ବିଷୟରେ ଆଲୋଚନା କରିବା, ଯାହାଦ୍ୱାରା ଅପାଣଙ୍କ ଚିନ୍ତାଧାରାରେ ନିଶ୍ଚୟ ପରିବର୍ତ୍ତନ ଆସିବ । ସେହି ମହିଳା ଜଣକ ହେଲେ ନତାଲିଏ ଗୋମେଜ୍ । ନତାଲିଏ ଚାକରି ଚାଡ଼ି ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଆଉ ଖୁବ କମ ଦିନରେ ବ୍ୟବସାୟରେ ସଫଳତା ପ୍ରାପ୍ତ କରି ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

natalieତେବେ ବ୍ୟବସାୟରେ ସଫଳତା ପାଇବା ପାଇଁ ଭଲ ଆଇଡ଼ିଆ, କଠିନ ପରିଶ୍ରମ ଓ ନିଜ ଉପରେ ବିଶ୍ୱାସ ରହିବା ଜରୁରୀ । ୩୫ ବର୍ଷୀୟ ନତାଲିଏ ଗୋମେଜ୍ ପ୍ରଥମେ ଚାକିରି କରୁଥିଲେ । ତେବେ ଘଂଟା ଘଂଟା ଧରି କାମ କରି ବିରକ୍ତ ହୋଇଯିବା ପରେ ସେ ଚାକରି ଛାଡ଼ି ଦେଇଥିଲେ । ଆଉ କିଛି ସପ୍ତାହ ପରେ ଆଉ ଏକ ଚାକିରି ଖୋଜିିଲେ, କିନ୍ତୁ ତାଙ୍କୁ ଭଲ ଚାକରି ମିଳିଲା ନାହିଁ । ତା’ପରେ ନିଜର ଏକ ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରିଥିଲେ । ତାଙ୍କ ମୁଣ୍ଡରେ ଏକ ବୁଦ୍ଧି ଜୁଟିଲା । ବ୍ୟବହାର ହୋଇଥିବା ପୋଷାକର ବ୍ୟବସାୟ କରିବା ପାଇଁ ସେ ଚିନ୍ତା କଲେ ।

ଚାକିରି ଖୋଜିବା ସମୟରେ ସେ ଦେଖିଲେ ଏକ ୱେବସାଇଟ୍ ପୁରଣା ପୋଷାକ ବିକ୍ରି କରିବାର ସୁଯୋଗ ଦେଉଛି । ଗୋମେଜ ସେହି କମ୍ପାନି ବିଷୟରେ ତଥ୍ୟ ସଂଗ୍ରହ କରି । ଏହି ଆଇଡ଼ିଆ ତାଙ୍କ ମନକୁ ବେଶ ଛୁଇଁଥିଲା, ଆଉ ସେ ଆରମ୍ଭ କରିଦେଲେ ବ୍ୟବସାୟ । ସେ ସର୍ବପ୍ରଥମେ ନିଜର ପୁରୁଣା ପୋଷାକ ବିକ୍ରି କରିବା ପାଇଁ ଚେଷ୍ଟା କରିଥିଲେ ଆଉ ଏଥିରେ ସଫଳ ମଧ୍ୟ ହୋଇଥିଲେ । ସଫଳତାକୁ ଦୃଷ୍ଟିରେ ରଖି ଗୋମେଜ ବଜାରରୁ ଆଉ କିଛି ପୁରୁଣା ପୋଷାକ କିଣି ବ୍ୟବସାୟ ଆରମ୍ଭ କରିଥିଲେ । ଏଥିରୁ ସେ ଏକ ମାସରେ ୬.୫ ଲକ୍ଷ ଟଙ୍କା ଆୟ କରିବାରେ ସଫଳ ହୋଇଥିଲେ । ବ୍ୟବସାୟ ବଢ଼ିବା ସହ ସେ ବ୍ୟବସାୟରେ ଅଧିକରୁ ଅଧିକ ନିବେଶ କଲେ । ମାତ୍ର ୮ ମାସରେ ସେ ତାଙ୍କର ନିଜର ଏକ ଅନଲାଇନ୍ ଷ୍ଟୋର କରିଥିେ , ଯେଉଁଠି ପୁରୁଣା ପୋଷାକର ବିକ୍ରି ଦୁଇ ଗୁଣା ହୋଇଯାଇଥିଲା । ଏବେ ସେ ଜଣେ ସଫଳ ବ୍ୟବସାୟୀ । ତେବେ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସବୁ କିଛି ସମ୍ଭବ ବୋଲି ଆଜି ସେ ପ୍ରମାଣ କରିଦେଇଛନ୍ତି ।