ଜମୁଛି ପ୍ରଚାର ! ମୈଦାନରେ ହେଭିୱେଟଙ୍କ ଟକ୍କର, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ନାମାଙ୍କନ

114

କନକ ବ୍ୟୁରୋ : ଜମୁଛି ପ୍ରଚାର । ଉଷ୍ମ ହେଉଛି ରାଜନୀତି ପାଣିପାଗ। ଜମୁଛି ପ୍ରଚାର ମୈଦାନ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷଦିନ ।ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୬ଟି ‌ଲୋକସଭା ୪୨ଟି ବିଧାନସଭା ଆସନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରାଯାଉଛି । ଗତକାଲି ଲୋକସଭା ଆସନ ପାଇଁ ୧୫ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଧାନସଭା ପାଇଁ ୧୦୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବର୍ତମାନ ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ୩୪ଜଣ ଲୋକସଭା ପାଇଁ ଏବଂ ୨୧୧ଜଣ ପ୍ରାର୍ଥୀ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତିି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ ସୂଚନାନୁସାରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ନିମନ୍ତେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯାଉଛି । ଗତକାଲି ବିଧାନସଭା ପାଇଁ ୧୪ଜଣ ଏବଂ ଲୋକସଭା ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ବିଧାନସଭା ପାଇଁ ୧୮ଜଣ ଏବଂ ଲୋକସଭା ପାଇଁ ୨ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।