କନକ ବ୍ୟୁରୋ : ଶୀତ ଅଧିବେଶନର ତୃତୀୟ ଦିନ । ଗୃହରେ ସ୍ୱାଭାବିକ ପରିସ୍ଥିତି । ପ୍ରଶ୍ନକାଳରେ ଖାଦ୍ୟ ସୁରକ୍ଷା ଆଇନ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଯୋଗ୍ୟ ହିତାଧିକାରୀଙ୍କୁ କେବେ ମିଳିବ ରାସନ କାର୍ଡ ସେ ନେଇ ମନ୍ତ୍ରୀଙ୍କଠାରୁ ଉତ୍ତର ଦାବି କରିଥିଲେ ତାରା । ତାରାଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ସଞ୍ଜୟ ଦାସବର୍ମା । ସଞ୍ଜୟ କହିଛନ୍ତି ଯେଉଁ ଯୋଗ୍ୟ ହିତାଧିକାରୀ କାର୍ଡ ପାଇ ନାହାଁନ୍ତି ସେମାନଙ୍କୁ ତୁରନ୍ତ କାର୍ଡ ଯୋଗାଇ ଦିଆଯିବ ।

Advertisment

ଏହା ସହ ଅଣଜଳସେଚିତ ଜମିରୁ ଧାନ ସଂଗ୍ରହ ସୀମା ବୃଦ୍ଧି କରିବାକୁ ଦାବି କରିଛନ୍ତି ବିରୋଧୀ । ଏହି ପ୍ରଶ୍ନର ଜବାବରେ ମନ୍ତ୍ରୀ କହିଛନ୍ତି ଏନେଇ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଅଧିବେଶନର ପ୍ରଥମ ଦିନରେ ଜାପାନୀ ଜ୍ୱରକୁ ନେଇ ପ୍ରଶ୍ନକାଳ ବାତିଲ ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ବାଚସ୍ପତି ବାରାମ୍ବାର ଗୃହକୁ ମୁଲତବି ଘୋଷଣା କରିଥିଲେ ।

ଦେଖନ୍ତୁ ଏହି ଭିଡିଓ -