ଜିନ୍ସରେ ବଡ଼ ପକେଟ ଭିତରେ ଛୋଟ ପକେଟ କାହିଁକି ଥାଏ ? ଜାଣନ୍ତୁ ଏହାର ରହସ୍ୟ ?

70

ଜିନ୍ସରେ ଥିବା ଛୋଟ ପକେଟ କଥା ଆପଣ ନିଶ୍ଚୟ ଜାଣିଥିବେ । ତେବେ ଏହି ଛୋଟ ପକେଟ କାହିଁକି ଦିଆଯାଇଥାଏ ଆପଣ ଜାଣନ୍ତି କି ? ଅନେକ ଲୋକ ଭାବନ୍ତି ଆଜିକାଲିର ଫ୍ୟାସନ ପାଇଁ ଏପରି କରାଯାଉଛି । ପ୍ରଥମ ଥର ପାଇଁ ୧୮୭୩ରେ ଲିଭାଇସ୍ ଜିନ୍ସରେ ଛୋଟ ପକେଟ ଦିଆଯାଇଥାଏ । ଆଉ ସେତେବେଳ ଘଡ଼ି ବଜାରକୁ ଆସିଥିଲା । ପକେଟ ଘଡ଼ିକୁ ରଖିବା ପାଇଁ ଛୋଟ ପକେଟ ଡିଜାଇନ୍ ହୋଇଥିଲା ବୋଲି କୁହାଯାଏ । କିଛି ଲୋକ ଏହି ଜିନ୍ସରେ ଖୁଚୁରା ଟଙ୍କା ରଖନ୍ତି । ଯଦ୍ୱାରା ଖେଳିବା ସମୟରେ ଟଙ୍କା ପଡ଼ିବ ନାହିଁ । ଏହା ବ୍ୟତୀତ ଆଉ ଅନେକ ଅଜଣା କଥା ଅଛି,  ଯାହା ଆପଣ ନିଶ୍ଚୟ ଜାଣିବା ପାଇଁ ଚାହିଁବେ ।

ପେନ୍ କ୍ୟାପରେ କାହିଁକି ଥାଏ କଣା ?


ଆପଣ ଦେଖିଥିବେ ପେନ କ୍ୟାପ ଉପରେ ଗୋଟିଏ କଣା ଥାଏ । କିଛି ଲୋକ ଭାବନ୍ତି ପେନର ସାହି ନଶୁଖିବା ପାଇଁ ଏପରି କରିଯାଇଥାଏ । ତେବେ ପେନ କ୍ୟାପକୁ କେହି ଭୁଲରେ ଗିଳିଦେଲେ ଗଳାରେ ଫସିଯିବ ହେଲେ ଅସୁବିଧା ହେବ ବୋଲି ଏପରି କରାଯାଇଥିଲା ।  ପେନ କଣା ଯୋଗୁଁ ଗଳାରେ ଫସିଲେ ମଧ୍ୟ ନିଶ୍ୱାସ ପ୍ରଶ୍ୱାସ ପାଇଁ ଅସୁବିଧା ହେବ ନାହିଁ ।

ଜିନ୍ସ ଚେନରେ କାହିଁକି ଲେଖା ହୋଇଥାଏ ‘ୱାଇକେକେ’?

କେବେ ଆପଣ ନିଜ ଜିନ୍ସ କିମ୍ବା ପ୍ୟାଂଟର ଚେନକୁ ଧ୍ୟାନ ଦେଇ ଦେଖିଛନ୍ତି । ନିଶ୍ଚୟ ଭାବରେ ଦେଖି ନଥିବେ । କେବଳ ଆପଣ ନୁହଁନ୍ତି ସାଧାରାଣତଃ କେହି ବି ଦେଖିନଥାନ୍ତି । ଗ୍ରାହକ ଜିନ୍ସ କିଣିବା ବେଳେ ଚେନଟି ଠିକ୍ ଭାବରେ ଖୋଲୁଛି ଏବଂ ବନ୍ଦ ହେଉଛି ନା ନାହିଁ ତାହା ଚେକ୍ କରିଥାନ୍ତି । ତେବେ ଯଦି ଆପଣ କେବେ ଧ୍ୟାନ ଦେଇନାହାଁନ୍ତି ତାହେଲେ ଏବେ ଦେଖନ୍ତୁ । ଏହି ଚେନ୍ ଉପରେ ଲେଖା ହୋଇଥିବ ‘ୱାଇକେକେ’ । ଆପଣ କୌଣସି ବି ବ୍ରାଣ୍ଡର ଜିନ୍ସ କିଣନ୍ତୁ ନା କାହିଁକି ପ୍ରାୟ ପ୍ୟାଂଟରେ ‘ୱାଇକେକେ’ ଲେଖା ହୋଇଥାଏ । କିନ୍ତୁ କାହିଁକି ପ୍ରାୟ ଚେନରେ ‘ୱାଇକେକେ’ ଲେଖା ହୋଇଥାଏ ।

‘ୱାଇକେକେ’ର ପୁରା ନା ହେଉଛି ‘ୟୋସିଦା କୋଗ୍ୟୋ କାବୁଶିକିଗୈସା’ ଯାହାର ଅର୍ଥ ହେଉଛି ‘ୟୋସିଦା ମାନ୍ୟୁଫାକ୍ଚରିଂ ସେୟାରହୋଲଡିଂ କମ୍ପାନୀ’ । ଏହା ଏକ ଜାପାନୀ କମ୍ପାନୀ । ଏହାକୁ ନଦାଓ ୟୋସିଦା ୧୯୩୪ରେ ଟୋକିଓରେ ପ୍ରତିଷ୍ଠା କରିଥିଲେ । ଏହି କମ୍ପାନୀ ମୁଖ୍ୟତଃ ଚେନ୍ ତିଆରି କରୁଥିଲା । କିନ୍ତୁ ଏବେ ଅନ୍ୟାନ୍ୟ ଦ୍ରବ୍ୟ ତିଆରି କରୁଛି ଯେଉଁଥିରେ ଚେନ୍ ତିଆରି କରିବା ମେସିନ୍ ମଧ୍ୟ ସାମିଲ୍ ଅଛି ।

ଆଜି ପ୍ରାୟ ୭୧ଟି ଦେଶରେ ଏହି କମ୍ପାନୀର ନିଜର ଶାଖା ରହିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି କମ୍ପାନୀ ପ୍ରତି ବର୍ଷ ପ୍ରାୟ ୭ ବିଲିୟନ୍ (୭୦୦ କୋଟି) ଚେନ୍ ତିଆରି କରିଥାଏ । ଏହା ସହ ଏହି କମ୍ପାନୀ ବଜାରରେ ନିଜ ବ୍ରାଣ୍ଡ ଏବଂ ଭେରାଇଟି ପାଇଁ ପ୍ରସିଦ୍ଧ ।

ସାର୍ଟର କଲରରେ କାହିଁକି ଲାଗେ ଦୁଇଟି ବଟନ ?

ସାର୍ଟର ଦୁଇଟି ବଟନ ଲାଗିବାର ଟ୍ରେଣ୍ଡର ଆରମ୍ଭ ପୋଲୋ ଖେଳାଳିଙ୍କ ଦ୍ୱାରା ହୋଇଥିଲା । ସେମାନେ ଚାହୁଁଥିଲେ ଘୋଡାସବାରୀ କରିବା ସମୟରେ ତାଙ୍କର କଲର ମୁହଁରୁ ଦୂରରେ ରହୁ । ଏଥିପାଇଁ ସେମାନେ ଏପରି ସାର୍ଟ ପିନ୍ଧିବା ଆରମ୍ଭ କରି ଦେଇଥିଲେ । ଆସ୍ତେ ଆସ୍ତେ ଏହି ଟ୍ରେଣ୍ଡକୁ ଲୋକେ ବହୁତ ପସନ୍ଦ କଲେ ଏବଂ ଏହାର ପ୍ରଚଳନ ବହୁଳ ଭାବରେ ହେଲା ।

ସାର୍ଟର ପଛରେ କାହିଁକି ଦିଆଯାଏ ଲୁପ ?

ଆଗରୁ ଲୋକାମାନଙ୍କ ପାଖରେ ହ୍ୟାଙ୍ଗର, ଆଲମାରୀ ଓ ୱାଡରୋବ ପରି କୌଣସି ଜିନିଷ ନଥିଲା । ସାର୍ଟରେ ଲାଗିଥିବା ଏହି ଛୋଟ ଲୁପ ସାର୍ଟକୁ ଟାଙ୍ଗିବାରେ ସାହାଯ୍ୟ କରେ । ଏହାସହ କପଡା ଲୁଚାକୋଚା ହେବାର ସମ୍ଭାବନା ମଧ୍ୟ କମ ଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାର୍ଟରେ ଲାଗିଥିବା ଲୁପର ଆରମ୍ଭ ନାବିକମାନେ କରିଥିଲେ । ଯାହାଦ୍ୱାରା ସେମାନେ କପଡା ବଦଳାଇବା ସମୟରେ ଜାହାଜରେ ଥିବା ହୁକରେ ସାର୍ଟକୁ ସହଜରେ ଟାଙ୍ଗିପାରିବେ । ଏହା ଧୀରେ ଧୀରେ ଫ୍ୟାସନରେ ପରିଣତ ହୋଇଗଲା ।