ମାସ୍କ ଦୁର୍ନୀତିକୁ ନେଇ ସଫେଇ ରଖିଲା ବିଜେଡି । ପ୍ରେସମିଟ କରି ସାଂସଦ ସସ୍ମିତ ପାତ୍ର କହିଲେ, କେନ୍ଦ୍ରର ନୋଟିଫିକିସନ ଆଧାରରେ କିଣାଯାଇଛି ମାସ୍କ । ତଥ୍ୟ ଓ ପ୍ରମାଣ ଦେବାକୁ କଂଗ୍ରେସକୁ ଆହ୍ୱାନ

219

କନକ ବ୍ୟୁରୋ : ମାସ୍କ କିଣାରେ କୌଣସି ଅନିୟମିତତା ହୋଇନି । ସ୍ୱଚ୍ଛତାର ସହ କିଣାଯାଉଛି ମାସ୍କ । କୋଭିଡ ମୁକାବିଲା କ୍ଷେତ୍ରରେ ଦେଶରେ ଓଡିଶା ଆଗରେ । କୋଭିଡ ହସ୍ପିଟାଲ ପ୍ରତିଷ୍ଠାରେ ଓଡିଶା ଦେଶରେ ପ୍ରଥମ । ମାସ୍କ ଦୁର୍ନୀତିକୁ ନେଇ ସଫେଇ ରଖିଲା ବିଜେଡି । କୋଭିଡ ଉପକରଣ କିଣାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବିଜେଡି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି, କେନ୍ଦ୍ରର ନୋଟିସ ଆଧାରରେ ମାସ୍କ କିଣାଯାଇଛି । ପଶ୍ଚିମ ଓ ଦକ୍ଷିଣ ଭାରତରେ ମାସ୍କ ଉତ୍ପାଦନ ହେଉଛି । ସଂକ୍ରମଣ ବୃଦ୍ଧି ପାଇଥିବାରୁ ମାସ୍କର ଡିମାଣ୍ଡ ବଢିଥିଲା ଆଉ ସେଥିପାଇଁ ଦର ମଧ୍ୟ ବଢିଲା । କେନ୍ଦ୍ର ସରକାର ୨୪ ମାର୍ଚ୍ଚରେ ଦର ବଢାଇଲେ ।

ଅନ୍ୟ ରାଜ୍ୟ କେରଳ ୧୬, ମହାରାଷ୍ଟ୍ର ୧୬, ତାମିଲନାଡୁ ୧୬, କେରଳ ୧୬, କାର୍ଣ୍ଣାଟକା ୧୭.୮୯, ପଂଶ୍ଚିମବଙ୍ଗ ୧୭ ତାଙ୍କ, ତାମିଲନାଡୁ, ୧୬, ଗୁଜୁରାଟ ୨୦ ଟଙ୍କା । କେନ୍ଦ୍ର ସରକାର ଯେଉଁ ପ୍ରାଇସ ଫିକ୍ସ କରିଛନ୍ତି ରାଜ୍ୟସରକାର ସେଇ ପ୍ରାଇସ କିଣିଛନ୍ତି। କେନ୍ଦ୍ର ସରକାରଙ୍କ ନୋଟିସ ଆଧାରରେ ମେଡିକାଲ ଜିନିଷ କିଣା ହୋଇଛି । କେନ୍ଦ୍ର ସରକାର ଯେଉଁ ଦର ନିର୍ଧାରିତ କରିଛନ୍ତି ରାଜ୍ୟ ସରକାର ସେହି ଦରରେ ଜିନିଷ କିଣିଛନ୍ତି ।

କେବଳ ସଜ ମାଛରେ ପୋକ ପକାଉଛି କଂଗ୍ରେସ । ଲୋକଙ୍କ ମନରେ ଦୁର୍ନୀତିର ସଂଶୟ ସୃଷ୍ଟି କରୁଛି । କଂଗ୍ରସ ପ୍ରଶ୍ନ ଯେଉଁ ଲମ୍ବା ପ୍ରଶ୍ନ କରୁଛି, କରୋନା ମହାମାରୀ ସମୟରେ କରିଛି କଣ । ସତ ସାହସ ଅଛି ହାଇକୋର୍ଟ ଯାଆନ୍ତୁ । କଂଗ୍ରେସ ଘୃଣ୍ୟ ଓ ସସ୍ଥା ରାଜିନୀତି କରୁଛି ।

ସେପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ସରକାର ମାସ୍କର ଯେଉଁ ଦର ନିର୍ଦ୍ଧାରଣ କରିଛନ୍ତି ତାହା ଖୁଚୁରା ଦର । ରାଜ୍ୟ ସରକାର ହୋଲସେଲରେ ସେହି ଦରରେ କାହିଁକି କିଣିଲେ ବୋଲି ପ୍ରଶ୍ନ କରିଛନ୍ତି । କରୋନା ମହାମାରୀ ବେଳେ ଓଡିଶାର ସ୍ୱାସ୍ଥ୍ୟବିଭାଗରେ ମହାଦୁର୍ନୀତି ହୋଇଛି । ମାସ୍କ ଓ ଅନ୍ୟ ସାମଗ୍ରୀ କିଣା ଦୁର୍ନୀତିରେ ନିରପେକ୍ଷ ତଦନ୍ତ କରି କାଯ୍ୟାନୁଷ୍ଠାନ ନେବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛି କଂଗ୍ରେସ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି ପିସିସି ସଭାପତି ।