ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ : ୧୪୧୬ରେ ପହଞ୍ଚିଲା ମୋଟ୍ ସୁସ୍ଥଙ୍କ ସଂଖ୍ୟା,ଆଜି ସକାଳେ ଚିହ୍ନଟ ହୋଇଥିଲେ ନୂଆ ୧୪୩ ଆକ୍ରାନ୍ତ ଚିହ୍ନଟ

1,197

କନକ ବ୍ୟୁରୋ : ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ କରୋନା ରୋଗୀ । ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କର ସଂଖ୍ୟା ୧୪୧୬ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଆଜି ଦେବଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ ଜଣ କରୋନା ଭାଇରସ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ସେହିଭଳି ପୁରୀ ଜିଲ୍ଲାରୁ ୧୬ ଜଣ, ନୟାଗଡ଼ ଜିଲ୍ଲାରୁ ୧୫ ଜଣ, ବଲାଙ୍ଗୀର ଜିଲ୍ଲାରୁ ୯ ଜଣ, ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାରୁ ୫ ଜଣ ଲେଖାଏଁ, ଭଦ୍ରକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩-୩ ଜଣ, କଟକ, ଗଂଜାମ, ଖୋର୍ଦ୍ଧା, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ଢେଙ୍କାନାଳ, ଗଜପତି ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

ସେପଟେ ଆଜି ସକାଳେ ରାଜ୍ୟରେ ଆଉ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୨ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୧ ଜଣ ସ୍ଥାନୀୟ ଅଂଚଳର । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଶହ ୮୮ରେ ପହଚିଂଛି । ରାୟଗଡାକୁ ବ୍ୟାପିଛି କରୋନା । ଏବେ ଓଡିଶାର ସବୁ ଜିଲ୍ଳାକୁ କରୋନା ଛୁଇଁଛି । ରାୟଗଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗୀରୁ ୧୩ ଜଣ, ୯ ଜଣ କେନ୍ଦ୍ରାପଡାରୁ, ୮ ଜଣ ନୁଆପଡାରୁ, ୧୭ ଜଣ ସୋନପୁରରୁ, ୪୧ ଜଣ ଗଂଜାମରୁ, ୮ ଜଣ, ମୟୁରଭଂଜରୁ , ୪ ଜଣ ସୁନ୍ଦରଗଡରୁ, ୪ ଜଣ ଗଜପତିରୁ, ୩ ଜଣ ସମ୍ବଲପୁରରୁ, ୨୪ ଜଣ ବାଲେଶ୍ୱରରୁ ୨୪ ଜଣ, ଭଦ୍ରକରୁ ୩ ଜଣ, ଦେବଗଡରୁ ଜଣେ, ମୟୁରଭଂଜରୁ ୮ ଜଣ ଚିହ୍ନଟ ହୋଇଛନ୍ତି ।