କନକ ବ୍ୟୁରୋ : ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଟ୍ୱିଟ କରି ସମସ୍ତ ନର୍ସ ଓ ସ୍ୱାସ୍ୟକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଟ୍ୱିଟରରେ ବିଭାଗ କହିଛି ,ସମାଜକୁ ସୁସ୍ଥ ରଖିବାରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । କରୋନା ବିରୋଧ ଲଢେଇରେ ଏମାନେ ଅଗ୍ରଣୀ ଯୋଦ୍ଧା ସାଜିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ କ୍ରମେ ୧୯୪୮ ମସିହାରୁ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ସ୍ୱାସ୍ଥ୍ୟ ସମ୍ପର୍କରେ ମଣିଷକୁ ସଚେତନ କରିବା ଏହି ଦିନର ଲକ୍ଷ୍ୟ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ସେବିକା ଓ ଧାତ୍ରୀଙ୍କୁ ସମର୍ଥନ ଦିଅନ୍ତୁ’ । ଆମକୁ ସୁସ୍ଥ ରଖିବାରେ ନର୍ସ ଏବଂ ଧାତ୍ରୀମାନେ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ଜ୍ଝ କୋଭିଡ୍ ପ୍ରକ୍ରିୟାରେ ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମୀମାନେ ଆଗରେ ଅଛନ୍ତି ଜ୍ଝ ସେମାନଙ୍କୁ ନମସ୍କାର ଏବଂ ଶୁଭେଚ୍ଛା ଜ୍ଝ’ତେଣୁ ସେମାନଙ୍କ ବାବଦରେ ସଚେତନ ସୃଷ୍ଟି କରିବା ଓ ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଏହି ଦିବସ ପାଳନର ଲକ୍ଷ୍ୟ ରହିଛି ।
Follow Us