ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧୫ ଲକ୍ଷ ଟପିଲା । ଆରୋଗ୍ୟ ହାର ପାଖାପାଖି ୭୦ ପ୍ରତିଶତକୁ ବୃଦ୍ଧି । ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୫୪ ୮୫୯ ଜଣ କରୋନାରୁ ସୁସ୍ଥ

Advertisment
ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧୫ ଲକ୍ଷ ଟପିଲା । ଆରୋଗ୍ୟ ହାର ପାଖାପାଖି ୭୦ ପ୍ରତିଶତକୁ ବୃଦ୍ଧି । ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୫୪ ୮୫୯ ଜଣ କରୋନାରୁ ସୁସ୍ଥ

କନକ ବ୍ୟୁରୋ :  ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧୫ ଲକ୍ଷ ଟପିଯାଇଛି। ଆରୋଗ୍ୟ ହାର ପାଖାପାଖି ୭୦ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ ୫୪ ହଜାର ୮୫୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୬୪ ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ମାମଲା ତୁଳନାରେ ୯ ଲକ୍ଷରୁ ଅଧିକ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ୧୦ ଟି ରାଜ୍ୟରୁ ହିଁ ନୂଆ ମାମଲାର ପ୍ରାୟ ୮୦ ପ୍ରତିଶତ ରେକର୍ଡ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ସକ୍ରିୟ ମା‌ମଲା କମିବାରେ ଲାଗିଛି। ମୋଟ୍‌ ସଂକ୍ରମଣ ମାମଲାର ଏହା ମାତ୍ର ୨୮.୬୬ ପ୍ରତିଶତ। ଦେଶରେ ଏବେ ମୋଟ୍‌ ସକ୍ରିୟ ମାମଲା ୬ ଲକ୍ଷ ୩୪ ହଜାର ୯୪୫ ଥିବାବେଳେ ମୃତ୍ୟୁହାର ୨ ପ୍ରତିଶତକୁ କମିଯାଇଛି।

ତେବେ ପ୍ରଥମ ଥର ପାଇଁ ଦେଶରେ ୧ ହଜାରରୁ ଅଧିକଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ୧ ହଜାର ୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ୍‌ ମୃତ୍ୟୁ ମାମଲା ୪୪ ହଜାର ୩୮୬କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୨୨ ଲକ୍ଷ ୧୫ ହଜାର ୭୫କୁ ବୃଦ୍ଧି ପାଇଛି। ଆଇସିଏମ୍‌ଆର ଅନୁଯାୟୀ ଗତକାଲି ୪ ଲକ୍ଷ ୭୭ ହଜାର ୨୩ଟି ନମୁନା ପରୀକ୍ଷା କରାଯାଇଥିଲା। ଏଯାବତ୍‌ ୨ କୋଟି ୪୫ ଲକ୍ଷ ନମୁନା ପରୀକ୍ଷା କରାଯାଇଛି।

ଗତ ସପ୍ତାହ ଭାରତ ପାଇଁ ଉଭୟ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟାରେ ଭୟଙ୍କର ଥିଲା। ଗତ ସପ୍ତାହରେ ମୋଟ୍‌ ୬,୨୭୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ପୂର୍ବ ସପ୍ତାହର ମୃତ୍ୟୁସଂଖ୍ୟା ୫,୩୪୫ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ ରହିଛି। ଅନ୍ୟପକ୍ଷେ ଗତ ସପ୍ତାହରେ ମୋଟ୍‌ ସଂକ୍ରମଣ ମାମଲା ୪.୧ ଲକ୍ଷ ଥିଲା। ଗତ କିଛିଦିନ ଧରି ଆମେରିକା ଏବଂ ବ୍ରାଜିଲ୍‌ ତୁଳନାରେ ଭାରତର ଦୈନିକ ସଂକ୍ରମଣ ମାମଲା ଅଧିକ ରହିଛି। ଏହା ଭାରତରେ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ମଧ୍ୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe